ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

0 219

ଭୁୁବନେଶ୍ୱର,୨୬/୯(ଏସଏସନିୟୁଜ)ଆରମ୍ଭ ହୋଇଯାଇଛି ବାତ୍ୟାଗୁଲାବ’ର କଳିଙ୍ଗପାଟ୍ଟନମ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା । ମଧ୍ୟରାତ୍ର ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରୀ ରହିବ । ସନ୍ଧ୍ୟା ୬ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଉ କିଛି ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା । ପବନର ବେଗ ୭୫ରୁ ୮୫ କିଲୋମିଟର ରହିଛି ।ଏହାର ବିଶେଷ ପ୍ରଭାବ ଗଂଜାମ ଓ ଗଜପତି ଜିଲ୍ଲାରେ ପଡିବ ବୋଲି ଓଗଊ ପକ୍ଷରୁ ସୂଚନା ଦେଇଛନ୍ତି। ଧୀରେ ଧୀରେ ପବନର ବେଗ ବଢିବ ଓ ବର୍ଷା ର ପରିମାଣ ମଧ୍ୟ ତା ସହିତ ବଢ଼ିବ । ଗଜପତି, ରାୟଗଡା, ମାଲକାନାଗିରି ଜିଲ୍ଲା ଦେଇ ଅତିକ୍ରମ କରିବ ।ଅନ୍ୟପଟେ ବାତ୍ୟା ଲ୍ୟାଣ୍ଡଫଲ୍ କରିବାପୁର୍ବରୁ ନାମନଗଡରୁ ଅଜୟଗଡ଼ ମଧ୍ୟରେ ରାସ୍ତାରୁ ମାଟି ଅତଡ଼ା ଧସି ଅବରୋଧ ହୋଇ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି ।

 

Leave A Reply

Your email address will not be published.