ବାତ୍ୟାର ରୂପ ନେଲା ସିତ୍ରାଙ୍ଗ

0 239

ଭୁବନେଶ୍ୱର,୨୩/୧୦(ଏସଏସନିଉଜ)ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ସମୁଦ୍ର ଭିତରେ ମୋଡ ବଦଳାଇ ଉତ୍ତର ପୂର୍ବ ଦିଗରେ ଉପକୂଳ ମୁହାଁ ହେବ ସାମୁଦ୍ରିକ ଝଡ ସିତ୍ରାଙ୍ଗ । ୨୫ତାରିଖ ସକାଳ ପର୍ଯ୍ୟନ୍ତ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଅନ୍ୟପଟେ ରାଜ୍ୟର ସମସ୍ତ ସାମୁଦ୍ରିକବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି ।ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ଆଜିଠାରୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ଚିଲିକାରେ ଡଙ୍ଗାନେଇ ମାଛ ଧରିବାକୁ ଯିବା ପାଇଁ ନିଷେଧ ମଧ୍ୟ କରାଯାଇଛି ।ଏହାସହ ଚିଲିକାରେ ଡଙ୍ଗା ଓ ଭସାପୋଲ ଚଳାଚଳ ବନ୍ଦ କରିବାପାଇଁ ଜିଲା ପ୍ରଶାସନର ନିଷ୍ପତ୍ତି ନେଇଛି । ବାହାର ଡ଼ଙ୍ଗାରେ ଗଲେ ଯାତ୍ରୀ ଭଡ଼ା ଅଧିକ ଦେବାକୁ ପଡୁଛି ।

Leave A Reply

Your email address will not be published.