ବେଆଇନ ବାଲି ଚାଲାଣ

ଦୁଇ ଟ୍ରାକ୍ଟର ଜବତ

ବାରଙ୍ଗ, ୪।୬(ଏସଏସନିଉଜ) ବୁଧବାର ବଢିଭୋର୍ ସମୟରେ ବେଆଇନଭାବେ ବାଲି ଉଠାଉଥିବା ବେଳେ ଲଘୁ ଖଣିଜବିଭାଗ ପକ୍ଷରୁ ଦୁଇଟି ଟ୍ରାକ୍ଟରକୁ ଜବତ କରାଯାଇଛି।
ପ୍ରକାଶଯେ, ବୁଧବାର ବଢିଭୋର ସମୟରେ ବେଲଗଛିଆ ପଂଚାୟତ କାର୍ଯ୍ୟାଳୟର କିଛି ଦୂରରୁ କୁଆଖାଇ ନଦୀପଠାରୁ ବେଆଇନଭାବେ ବାଲି ଉଠାଯାଇ ଅନ୍ୟତ୍ର ଚାଲାଣପାଇଁ ଉଦ୍ୟମ ହେଉଥିଲା। ଏହି ଖବରପାଇ ଲଘୁଖଣିଜ ବିଭାଗର ଅଧିକାରୀ ସତ୍ୟପ୍ରିୟ ଶକ୍ତି ପ୍ରସାଦ ସାହୁ, ଚନ୍ଦନ ସାହୁଙ୍କ ସହିତ ବାରଙ୍ଗ ଥାନା ପୁଲିସ ମିଳିତଭାବେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ନଦୀ ପଠାରେ ଥିବା ଟ୍ରାକ୍ଟର ଚାଲକ ଓ ତାର ସହଯୋଗୀମାନେ ଟ୍ରାକ୍ଟର ଛାଡ଼ି ଫେରାର ହୋଇଯାଇଥିଲେ। ଚଢ଼ାଉ ସମୟରେ ବେଆଇନ ଭାବେ ବାଲି ବୋଝେଇ କରିଥିବା ୨ଟି ଟ୍ରାକ୍ଟରକୁ ଜବତ କରାଯାଇଛି।
ସୂଚନାଯୋଗ୍ୟଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଗୋଡିସାହି ଫାଣ୍ଡି ପୁଲିସ ରାମଦାସ ପୁର ଇଡକୋ ଶିଳ୍ପାଞ୍ଚଳ ଭିତରୁ ବେଆଇନ ଭାବେ ଚୋରା ମୋରମ ଚାଲାଣ ହେଉଥିବା ୨ଟି ଗାଡ଼ି ଓ ଏକ ମେସିନକୁ ଜବତ କରିଛି।ଲଘୁଖଣିଜ ବିଭାଗର ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ବାରଙ୍ଗରୁ ପ୍ରତ୍ୟହ ଶହଶହ ଟ୍ରକ ଚୋରା ମୋରମ ଓ ବାଲି ମାଫିଆ ମାନେ ଖୋଲାଖୋଲି ଭାବେ ଚୋରି କରି ବାରଙ୍ଗରାସ୍ତାରେ ନୀର୍ବିଘ୍ନରେ ଯାଉଥିବାର ଦେଖିବାକୁ ମିଳିଛି।(ଜ୍ଞାନଜିତ୍ ପ୍ରଧାନଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.