ଏ ବର୍ଷ ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ

0 151

ଭୁବନେଶ୍ୱର, ୧୫/୧୦(ଏସ ଏସ ନିୟୁଜ) କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀ ଙ୍କ ଭଲପାଇବା ,ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ ।କୋଭିଡ଼ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ।ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି କୋଭିଡ଼ ରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାର କୁ ସାହାଯ୍ୟ କରିବା ଏବଂ,ରକ୍ତ ଦାନ ଭଳି ମହତ୍ କାର୍ଯରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ସବୁଠାରୁ ବଡ ଶୁଭେଚ୍ଛା ହେବ ବୋଲି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.