ଭଦ୍ରକରେ ପ୍ରଥମ ଓମିକ୍ରନ୍ ଚିହ୍ନଟ

0 171

ଭଦ୍ରକ, ୩୧/୧୨(ଏସଏସନିୟୁଜ)ଭଦ୍ରକ ଜିଲ୍ଲାରୁ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଯୁବକ ଜଣଙ୍କ ସାଉଦୀ ଆରବରୁ ଭଦ୍ରକର ପୁରୁଣାବଜାର ସ୍ଥିତ ୧୮ ନମ୍ବର ୱାର୍ଡର ମୁଲଣାସାହି ଅଞ୍ଚଳକୁ ଫେରିଥିଲେ ।ଫେରିବାପରେ ଭଦ୍ରକ ମେଡିକାଲରେ ପ୍ରଥମେ କୋଭିଡ୍ ଟେଷ୍ଟ କରାଯାଇଥିଲା। କୋଭିଡ ପଜିଟିଭ୍ ଜଣାପଡିବାପରେ ଭଦ୍ରକ ମେଡିକାଲର କୋଭିଡ୍ ୱାର୍ଡରେ ଗତ ୨୦ ତାରିଖଠାରୁ ରଖାଯାଇ ଚିକିତ୍ସା କରାଯାଉଛି। ଓମିକ୍ରନ୍ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଇ ତାଙ୍କର ନମୁନା ପରୀକ୍ଷା ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଭ୍ ସାଇନସ୍ କୁ ପଠାଯାଇଥିଲା। ନମୁନା ପରୀକ୍ଷା ରିପୋର୍ଟ ଓମିକ୍ରନ ପଜିଟିଭ୍ ଆସିଥିବା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର ସୂଚନା‌ ଦେଇଛନ୍ତି ।ଏହାଜଣାପଡିବାପରେ ମୁଲଣାସାହିର ଏଇ ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.