ସରପଞ୍ଚ ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟକାର୍ଡ

0 271

ବାରଙ୍ଗ,୩୧/୧୨(ଏସଏସନିୟୁଜ) ଭୁବନେଶ୍ବର ବ୍ଲକ ଅନ୍ତର୍ଗତ ଦାଢାପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁ ବାଣ୍ଟିଲେ ବିଜୁସ୍ବାସ୍ଥ୍ୟ କାର୍ଡ ଓ ୧ହଜାର ଟଙ୍କା ବଣ୍ଟନ କରିଛନ୍ତି।ପ୍ରଥମ ଦିନରେ ଦାଢା,କେନ୍ଦୁପାଟଣା ଆଦି ଗ୍ରାମର ରେସନକାର୍ଡ ହିତାଧିକାରୀଙ୍କୁ ସ୍ମାଟକାର୍ଡ ଓ ୧ଜହାର ଟଙ୍କା ଲେଖାଏଁ ବଣ୍ଟନ କରାଯାଇଛି।ବିଡିଓ ରମେଶ ଚନ୍ଦ୍ର ସେଠୀଙ୍କ ନିର୍ଦେଶକ୍ରମେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ବେହେରାଙ୍କ ତତ୍ତ୍ବାବଧାନରେ ଏହି ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା।ଏଥିରେ ଭୁବନେଶ୍ବର ଯୋଗାଣ ଅଧିକାରୀ ଦେବସ୍ମିତା ମଲ୍ଲିକ, ଯୋଗାଣ ସହାୟକ ଶ୍ରୀଧର ବେହେରା,ପିଅନ ଗଗନ ଭଞ ପ୍ରମୁଖ ସହଯୋଗ କରିଥିଲେ।ଶନିବାର ଦିନ ପଦାସାହି,ଭଗବତୀନଗର,ବିଶିକାଣ୍ଡିପାଟଣା,ବାଲିପଡା,କଣ୍ଟୁଣିଆ ଆଦି ଗ୍ରାମର ରାସନକାର୍ଡ ହିତାଧିକାରୀଙ୍କୁ ବିଜୁସ୍ବାସ୍ଥ୍ୟ କାର୍ଡ ଓ ୧ହଜାର ଟଙ୍କା ଲେଖାଏଁ ସହାୟତା ବଣ୍ଟନ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ବେହେରା ସୂଚନା ଦେଇଛନ୍ତି। (ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.