ଭାଇ କୁ ହାଣିଲା ଭାଇ

0 262

ଭୁବନେଶ୍ବର:୨୬/୧୨(ଏସଏସ ନିଉଜ)ଭାଇକୁ ହାଣିଲା ଭାଇ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନନ୍ଦନକାନନ ଥାନା ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ ,ବାଙ୍କୀ ଅଞ୍ଚଳର ବିଭୁ ରଞ୍ଜନ ସାହୁ । ବିଭୁ ନନ୍ଦନକାନନ ଥାନା ଅଧିନରେ ଥିବା ରଘୁନାଥପୁର ଗ୍ରାମରେ ତାଙ୍କ ପିଇସି ଘରେ ରୁହନ୍ତି । ଏଠାରେ ରହି ନନ୍ଦନକାନନ ଛକ ଠାରେ ମୋବାଇଲ ଦୋକାନ ଦେଇଥିଲେ ।

କିଛି ଦିନ ହେବ ବିଭୁ ସହିତ ପିଇସି ପୁଅ ଭାଇ ଗୋବିନ୍ଦ ରାଉତଙ୍କ କୈାଣସି ପାରିବାରିକ କାରଣରୁ ଝଗଡା ହୋଇଥିଲା । ଝଗଡା ଏତେ ଉଗ୍ରରୂପ ନେଇଥିଲା ଯେ ବିଭୁ ତାର ଦୋକାନରେ ବସିଥିବା ବେଳେ ଗୋବିନ୍ଦ ନିଶାଗ୍ରସ୍ତ ଅବସ୍ଥାରେ ହାତରେ ପଇଡ ହଣା କଟୁରିଧରି ବିଭୁ ଦୋକାନକୁ ଆସି ବିଭୁ ମୁଣ୍ଡକୁ ଚୋଟ ମାରିଥିଲା । ବିଭୁ ଲୁଚିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗୋବିନ୍ଦ ଦୋକାନ ଭିତରେ ପଶି ଚୋଟ ପରେ ଚୋଟ ମାରିଚାଲିଥିଲା । ଘବର ପାଇ ନନ୍ଦନକାନନ ପୋଲିସ ପହଁଚି ବିଭୁକୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିବା ବେଳେ ଗୋବିନ୍ଦକୁ ଗିରଫ କରି ତାଠାରୁ କଟୁରି କୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.