ଆଶା , ଆଶାରେ ରହିଗଲା….

0 651

ଭୁବନେଶ୍ୱର;୨୫/୧୨(ଏସ୍ଏସ୍ଏନ୍) ଆଜି ହେଉଛି ଡିସେମ୍ବର ମାସର ୨୫ ତାରିଖ ଅର୍ଥାତ ଆଜି ପ୍ରଭୁ ଯିଶୁଙ୍କର ଜନ୍ମଦିବସ । ଏହି ଦିନକୁ ବଡଦିନ  ଭାବେ ପାଳଣ କରାଯାଏ । ଆଉ ଏହି ଦିନରେ ଜାତୀୟ ଛୁଟି ଦିବସ ଭାବରେ ଘୋଷଣା କରାଯାଇଛି । ଯଦି ଛୁଟିଦିନ ଅଛିତ ବୁଲିବାକୁ କାହାର ବା ମନ ନହେବ । ସାଙ୍ଗ ସାଥି ହୁଅତୁ ବା ଏକା । ଗାଡି ଧରି ବା ବସ କିମ୍ବା ଅଟୋ ଧରି ବିଭିନ୍ନ ପର୍ଯ୍ୟଟନସ୍ଥଳି ବୁଲିବାକୁ ଆସନ୍ତି ତ ଆଉ କିଏ ଭୋଜିଭାତ କରି ଏହି ଛୁଟି ଦିନରେ ମଜ୍ଜା ଉଠାନ୍ତି । ଆଉ ଏହି ଦିନରେ ବିଭିନ୍ନ ପର୍ଯ୍ୟଟନସ୍ଥଳିରେ ରାଜସ୍ୱ ଆଦାୟ ହେଉ ଅବା ଦୋକାନ ଓ ହୋଟେଲ ମାନଙ୍କରେ ବେପାର ଭଲହେବ ବୋଲି ସମସ୍ତଙ୍କ ଆଶା ରହିଥାଏ । ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ହେବ ଭଲ ଦି ପଇସା ଲାଭ ବି ମିଳିବ । କିନ୍ତୁ ଏ ଆଶା ଆଶାରେ ରହିଯାଇଥିବା ଦେଖିବାକୁ ମିଳିଛି ।ବଡଦିନରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳିରେ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ଏଥିରୁ ବାଦ୍ ପଡିନଥିଲା ନନ୍ଦନକାନନ ପ୍ରାଣୀଉଦ୍ୟାନ । ଉଦ୍ୟାନର ପ୍ରାକୃତିକ ଭରା ସୈାନ୍ଦର୍ଯ୍ୟ ସାଙ୍ଗକୁ ବିରଳ ଜିବଜନ୍ତୁମାନଙ୍କୁ ଅତିନିକଟରୁ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟବାହାରୁ ପ୍ରତିଦିନ ଭଳି ଆଜି ମଧ୍ୟ ଛୁଟିଆସିଥିଲେ ପର୍ଯ୍ୟଟକ । କର୍ତ୍ତୁପକ୍ଷ ମଧ୍ୟ ଗତବର୍ଷ  ଏହି ଦିନକୁ ଆଖି ଆଗରେ ରଖି ପର୍ଯ୍ୟଟକଙ୍କ ସମାଗମ ନେଇ ବିଭିନ୍ନ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଥିଲେ ।  ଆଶା ରଖିଥିଲେ ଚଳିତ ବଡଦିନରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ହେବ , ଆଉ ଗତବର୍ଷ ଅପେକ୍ଷା ଅଧିକ ରାଜସ୍ବ ବି ବଢିବ । ଯାହାକୁ ନେଇ ଦୁଇମାସ ଆଗରୁ ବହୁତ କଷରତ ମଧ୍ୟ କରିଥିଲେ ।  ହେଲେ ସବୁ ଫସର ଫାଟିଯାଇଥିବା ଦେଖିବାକୁ ମିଳିଛି ।  କାହିଁକି ନା  ପ୍ରତିଦିନ ଭଳି ଟିକେ ଅଧିକ ପର୍ଯ୍ୟଟକ ଆସିଥିବା ବେଳେ ଗତବର୍ଷ ତୁଳନାରେ ଚଳିତ ବର୍ଷ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି । ଗତବର୍ଷ ବଡଦିନରେ ୩୪ହଜାରେ୯୧୪ଜଣ ପର୍ଯ୍ୟଟକ ଆସିଥିବା ବେଳେ ସେମାନଙ୍କ ଠାରୁ ୧୪ଲକ୍ଷ୮୨ହଜାରେ୮୮୬ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା । ହେଲେ  ଚଳିତ ବର୍ଷ ୨୯ହଜାରେ ୭୦୧ଜଣ ପର୍ଯ୍ୟଟକ ଆସିଥିବା ବେଳେ ସେମାନଙ୍କ ଠାରୁ ରାଜସ୍ୱ ବାବଦରେ ୧୧ ଲକ୍ଷ ୮୩ ହଜାରେ ୯୫୦ ଟଙ୍କା ଆଦାୟ ହୋଇପାରିଛି ।  କର୍ତ୍ତୁପକ୍ଷ ଆଶା କରିଥିଲେ ବଡଦିନ ବୁଧବାର ପଡୁଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ ହେଲେ ସଂଖ୍ୟା ହ୍ରାସ ପାଇଛି । ଯାହାଫଳରେ କର୍ତ୍ତୁପକ୍ଷଙ୍କ ଆଶା ଆଶାରେ ରହିଯାଇଛି । ସେହିପରି ଗତବର୍ଷ ବଟାନିକାର୍ଲଗାର୍ଡେନକୁ ୧୭୦୮ଜଣ ପର୍ଯ୍ୟଟକଙ୍କଠାରୁ ୬୮ହଜାରେ ୯୬୦ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ବଡଦିନରେ ୨୨୯୬ଜଣ ଅଧିକ ପର୍ଯ୍ୟଟକ ଆସି ସେମାନଙ୍କ ଠାରୁ  ୧ ଲକ୍ଷ ୭ହଜାରେ ୫୮୦ ଟଙ୍କାର ଅଧିକ ରାଜସ୍ୱ ହୋଇଥିବାର ଜଣାପଡିଛି ।ଅନ୍ୟପଟେ ଗୁପ୍ ଚୁପ୍ ଠାରୁ ଆରମ୍ଭ କରି ପାନ ଦୋକାନ ଓ ହୋଟେଲ ପର୍ଯ୍ୟନ୍ତ । ସମସ୍ତ  ବ୍ୟବସାୟୀମାନଙ୍କର  ଆଶାଥିଲା ,ବଡଦିନରେ ପର୍ଯ୍ୟଟକ ସଂଖ୍ୟା ବଢିବ । ଆଉ ସେମାନଙ୍କ ବେପାର ମଧ୍ୟ ବଢିବ । ଆଉ ଦି ପଇସା ଅଧିକ ରୋଜଗାର ହେବ । ହେଲେ ସେମାନଙ୍କ ଆଶା ମଳିନ ପଡିଛି । ପର୍ଯ୍ୟଟକଙ୍କ ହ୍ରାସ କାରଣରୁ  ସେମାନଙ୍କର ଆଶା ଆଶାରେ ରହିଥିବା ଜଣେ ବ୍ୟବସାୟୀ କହିଛନ୍ତି ।

Leave A Reply

Your email address will not be published.