ହେଲେ ଏକାଠି,ବଢାଇଲେ ଭାବ

0 235

ଡେଲାଙ୍ଗ,,୨୪/୧୨(ଏସ୍ଏସ୍ ନିଉଜ)ଏକାଠି ହେଲେ,ଭାବ ବଢାଇଲେ,ପୁରୁଣା ଦିନର ସ୍ମୃତିକୁ ବଖାଣିଲେ । ନିଜ ପରିବାର ପିଲାଛୁଆଙ୍କ କଥା କହିବା ସହ ଅନ୍ୟମାନଙ୍କର କଥାକୁ ଶୁଣିଲେ ।ଶେଷରେ ବହୁ ଦିନ ବ୍ୟବଧାନରେ ଏକାଠି ହୋଇଥିବାର ସ୍ମୃତିକୁ ମନେରଖିବାପାଇଁ ମାମଙ୍ଗଳାମନ୍ଦିରରେ ସମସ୍ତେ ଖୁସିରେ ରହିବାପାଇଁ ଜାଳିଲେ ଦ୍ୱୀପ । ଚନ୍ଦ୍ରଶେଖରଦେବ ଉଚ୍ଚବିଦ୍ୟାଳୟର ୧୯୮୮ମସିହା ମ୍ୟାଟ୍ରିକବ୍ୟାଚର ପୁରାତନ ଛାତ୍ରମାନେ ବୁଧବାରଦିନ ଏହିଭଳି ଏକ ପରିବେଶ ସୃଷ୍ଟି କରିଥିଲେ ।
ଡେଲାଙ୍ଗବ୍ଲକ ଅର୍ନ୍ତଗତ ପୀଢପାଟଣା ଗ୍ରାମର ମାମଙ୍ଗଳାମନ୍ଦିର ପ୍ରାଙ୍ଗଣରେ ଚନ୍ଦ୍ରଶେଖରଦେବ ଉଚ୍ଚବିଦ୍ୟାଳୟର ୧୯୮୮ମସିହା ମ୍ୟାଟ୍ରିକବ୍ୟାଚର ପୁରାତନ ଛାତ୍ରମାନେ ଏକାଠି ହୋଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୁତିଭୁଷଣ ହୋତା,ଶିକ୍ଷକ ପ୍ରଶାନ୍ତକୁମାରମହାରଣା,ପ୍ରଦୀପକୁମାରଜେନା, ଦ୍ୱିଜବର ପରିଡା, ଶତୃଘ୍ନଜେନା ପ୍ରକୁଢ଼ ଶିକ୍ଷକମାନେ ଯୋଗଦାନକରି ପୁରାତନ ଛାତ୍ରମାନଙ୍କୁ ବଡଦିନ ଓ ନୁଆବର୍ଷର ଶୁଭକାମନା ଦେଇଥିଲେ ।ଗ୍ରାମସଫେଇ ସାଙ୍ଗକୁ ପ୍ଲାଷ୍ଟିକମୁକ୍ତ ରହିବାକୁ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ପୁରାତନଛାତ୍ର ଗୈ।ରଙ୍ଗଚରଣଜେନା,ହରିହରସ୍ୱାଇଁ ଏହାକୁ ପରିଚାଳନା କରିଥିଲେ ।ବଳରାମମହାନ୍ତି, ଗୋବିନ୍ଦବାରିକ, ପ୍ରଶନ୍ନଲେଙ୍କା, ଗଦାଧରଲେଙ୍କା, ନିରାକାରରାଉତ, ରଞନସାହୁ,ପ୍ରତିମାମହାରଣା,ସ୍ନେହଲତା ମହାପାତ୍ର, ମମତାପାଣି, ଶାନ୍ତିଲତାପ୍ରଧାନ,ସନ୍ଧ୍ୟାରାଣି ଷଡଙ୍ଗୀ,ଉଷାପାଣି, ସୁକାନ୍ତି ପ୍ରଧାନ ଜ୍ୟୋତିପ୍ରଧାନ ପ୍ରମୁଖ ସହେଯାଗ କରିଥିଲେ । ଶେଷରେ ସମସ୍ତେ ମିଶି ବୃକ୍ଷରୋପଣ କରିଥିଲେ ।

Leave A Reply

Your email address will not be published.