ଭଜନ କ୍ୟାସେଟ ଯୁଗେଯୁଗେ ସୋମନାଥ ଉନ୍ମୋଚିତ

0 881

ବାରଙ୍ଗ,୧୦/୩(ଏସ୍‌ଏସ୍ ନିୟୁଜ)ମହାଶିବରାତ୍ରୀ ଉପଲକ୍ଷେ ସତ୍ୟସନ୍ଧାନ ୱେବଚ୍ୟାନେଲ ଓ ମା ଯୋଗମାୟା ଟ୍ରାଭେଲ୍ସର ମିଳିର ଉଦ୍ୟମରେ ଯୁଗେଯୁଗେ ସୋମନାଥ ନାମକ ଭାବପୁର୍ଣ ଭଜନ କ୍ୟାସେଟ ରଘୁନାଥପୁର ସତ୍ୟସନ୍ଧାନ କାର୍ଯ୍ୟାଳୟଠାରେ ବୁଧବାର ଦିନ ଉନ୍ମୋଚନ ହୋଇଯାଇଛି ।ଏହାକୁ ନନ୍ଦନକାନନ ସହକାରୀନିର୍ଦ୍ଦେଶକ ଅମୁଲ୍ୟକୁମାରପରିଡା ଆନୁଷ୍ଠାନିକଭାବେ କ୍ୟାସେଟକୁ ଉନ୍ମୋଚନ କରିଥିଲେ ।ଏହି ଉନ୍ମୋଚନ ଉସ୍‌ବରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟସନ୍ଧାନ ୱେବ୍ ଚ୍ୟାନେଲର ମୁଖ୍ୟସମ୍ପାଦକ ତ୍ରିଲୋଚନ ରାଉତ, ଓଡିଶା ମିଡିଆ ୱେଲଫେୟାର ଆସୋସିଏସନର ଉପସଭାପତି ସଞୟକୁମାରମହାନ୍ତି, ସାମ୍ବାଦିକ କମଳାକାନ୍ତନାୟକ ,ବାବା ସୋମନାଥସେନାର ଉପସଭାପତି ପ୍ରଶାନ୍ତକୁମାର ପ୍ରତାପସିଂ, ରଘୁନାଥପୁର ଗ୍ରାମପଂଚାୟତର ସମିତିସଭ୍ୟା ତଥା ନାରୀଜାଗରଣମଂଚର ସଭାନେତ୍ରୀ ଝୁନା ରାଉତ, ସମ୍ପାଦିକା ସୁନିତା ପରିଡା,ଉପସଭାପତି ଶିଖାଞଳିଭୁୟାଁ ଓ ପ୍ରଭାତିପଟ୍ଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ ।ରାଜଧାନୀ ଉପକଣ୍ଠ ଢାୱା ଗ୍ରାମରେ ଅବସ୍ଥାପିତ ବହୁ ଅଲୈାକିକ ତଥା ପୈରାଣିକ କଥାବସ୍ତୁକୁ ବୁକୁରେ ଜାବୁଡିଧରି ଦଣ୍ଡାୟମାନ ହୋଇଛି ପୁରାତନ ଶୈବପୀଠ ସୋମନାଥମନ୍ଦିର । ସୋମନାଥଙ୍କ ମହିମା ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସୋମନାଥଙ୍କ କଥାବସ୍ତୁ ଉପରେ ଆଧାରିତ ହୋଇଛି ଏହି ଭାବପୁର୍ଣ ଭଜନ ।ଏଥିରେ ଅନିରୁଦ୍ଧ ଓ ମାମ,ସଞୟ ଓ ଅନନ୍ୟା,ଲିଟିଲ ମାଷ୍ଟର ମୟଙ୍କ ନିଖୁଣ ଅଭିନୟ ରହିଥିବାବେଳେ କଣ୍ଠ- ବିଶ୍ୱଜିତ ଓ ସ୍ୱର୍ଣପ୍ରଭା,ଗୀତ- ସ୍ନିଗ୍ଧା,କ୍ୟାମେରା-ଗୈାରୀଶଙ୍କର,ରୁପସଜା-ପରେଶ,ଏଡିଟିଂ-ପିଂଟୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଶଶିକାନ୍ତନାୟକ ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.