ଆଜିର ନୀତିବାଣୀ

ତାରିଖ : ୧୧/୦୩/୨୦୨୧,ଗୁରୁବାର

0 442

➡️ଯିଏ ସଚ୍ଚରିତ୍ର, ଦୂରଦୃଷ୍ଟି ସମ୍ପନ୍ନ, ନ୍ୟାୟପରାୟଣ, କର୍ତ୍ତବ୍ୟନିଷ୍ଠ ଓ ସତ୍ୟାନୁରାଗୀ, ତାଙ୍କୁ ଲୋକମାନେ ସଦା ପ୍ରିୟ ମଣନ୍ତି ।
➡️କ୍ରୋଧକୁ ସ୍ନେହଦ୍ୱାରା ବଶ କର । ଅସାଧୁକୁ ସାଧୁତାଦ୍ୱାରା, କୃପଣକୁ ଦାନଶୀଳତାଦ୍ୱାରା ଓ ମିଥ୍ୟାଚାରୀକୁ ସତ୍ୟଦ୍ୱାରା ଜୟ କରାଯାଇପାରେ ।
➡️ବୃକ୍ଷକୁ ମୂଳରୁ ଉତ୍ପାଟନ ନ କରି ଅଧାରୁ କାଟିଦେଲେ ତାହା ପୁଣି ଗଜୁରି ଉଠେ । ସେହିଭଳି କାମନାର ସମୂଳ ବିନାଶ ନକଲେ ତାହା ପୁନର୍ବାର ଜାଗରିତ ହୁଏ ।
➡️ସମ୍ପଦଭୋଗ ନିର୍ବୋଧ ଲୋକକୁ ଧ୍ୱଂସ କରିପାରେ; କିନ୍ତୁ ଯିଏ ନିର୍ବାଣ ସନ୍ଧାନୀ ତାଙ୍କୁ ନୁହେଁ ।
➡️କ୍ଷେତର କଳୁଷ ବାଳୁଙ୍ଗା; ମନୁଷ୍ୟର କଳୁଷ ଲୋଭ; ଏଣୁ ଲୋଭ ହୀନ ବ୍ୟକ୍ତିଙ୍କୁ ଦାନ କରିବା ଶୁଭଫଳଦାୟକ ।
ଶୁଭ ସକାଳ। ଜୟ ଶ୍ରୀକୃଷ୍ଣ ।।

Leave A Reply

Your email address will not be published.