ଭାରାରୁ ପଡି ରାଜମିସ୍ତ୍ରୀ ମୃତ

0 311

ବାରଙ୍ଗ, ୧୯/୮(ଏସଏସନିଉଜ) ବାରଙ୍ଗ ଥାନା ଅର୍ନ୍ତଗତ ତ୍ରିଶୂଳିଆ ଛକ ନିକଟରେ ଘର କାମ କରୁଥିବା ବେଳେ ଭାରାରୁ ଖସି ପଡି ରାଜମିସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି ।ମୃତ ରାଜମିସ୍ତ୍ରୀ ହେଉଛନ୍ତି ତ୍ରିଶୁଳିଆ ଗ୍ରାମର ଉମେଶ ଚନ୍ଦ୍ର ମହାନ୍ତି(୫୮) ।ସେ ବାରଙ୍ଗ ଅଂଚଳରେ ଜଣାଶୁଣା ରାଜମିସ୍ତ୍ରୀ ଭାବେ ପରିଚିତ ଥିଲେ ।ଶୁକ୍ରବାରଦିନ ନିକଟସ୍ଥ ଗ୍ରାମରେ ତିନିମହାଲା କୋଠାଘର କାମ କରୁଥିବାବେଳେ ବାହାର ପଟେ ବନ୍ଧା ଯାଇଥିବା ଭାରା ଉପରୁ ଅସାବଧାନତା ଯୋଗୁ ତଳକୁ ଖସିପଡିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ତାଙ୍କୁ ଚିକିସ୍‌। ପାଇଁ କଟକ ବଡ ମେଡିକାଲକୁ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଉମେଶଙ୍କ ମୃତପରେ ବାରଙ୍ଗ ଅଂଚଳରେ ଶୋକର ଛ୍‌ାୟା ଖେଳିଯାଇଛି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.