୪୦୦ଲିଟର ଦେଶୀମଦସହ ୩ବାଇକ,୩ଗିରଫ

0 181

ବାରଙ୍ଗ, ୧୯/୮(ଏସଏସନିଉଜ) ଆଠଗଡରୁ ବାରଙ୍ଗକୁ ଦେଶୀମଦ ଆସୁଥିବାର ଖବର ପାଇ ଗୁରୁବାର ରାତିରେ ବାରଙ୍ଗଥାନା ପୋଲିସ ତିନଟି ଟିମ କରି ରତାଗଡ,ନୁଆସାହି,ଷଣ୍ଢପୁର ଓ ଅରିଲୋଛକ ପାଖରେ ମଦବେପାରିଙ୍କୁ ଜଗିରହିଥିଲେ ।ଏହି ସମୟରେ ତିନଟି ବାଇକରେ ପର୍ଯ୍ୟାୟକ୍ରମେ ଦ୍ରୁତଗତିରେ ଆସୁଥିବା ତିନିଜଣଯୁବକଙ୍କୁ ରୋକିବାପରେ ସେମାନଙ୍କ ପାଖରୁ ରନ୍ଧାଦେଶୀମଦ ମିଳିଥିଲା ।ସେମାନେ ବାରଙ୍ଗ ଏହାର ଆଖାପାଖ ଅଂଚଳକୁ ଯୋଗଇବାକୁ ଆସୁଥିବାର ସ୍ୱିକାର କରିଥିଲେ ।ଘଟଣାସ୍ଥଳରୁ ପୋଲିସ ସାନମୁଣ୍ଡଳିଗ୍ରାମର ପ୍ରଶାନ୍ତ ବେହେରା ,ଆଠଗଡଥାନା ମେଘାଗ୍ରାମର ଆଦିତ୍ୟବେଲ ଓ ବାଙ୍କିଥାନା ଅଧିନସ୍ଥ ରାମଚଣ୍ଡୀଗ୍ରାମର ରାହୁଲସାହୁ ଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୦ଟି ଜାରକିନରେ ଭର୍ତିଥିବା ୪୦୦ଲିଟର ଦେଶୀରନ୍ଧାମଦ ଓ ୩ଟି ବାଇକକୁ ଜବତ କରିଥଲେ ।ସେମାନଙ୍କୁ ପଚରାଉଚରା କରିବାପରେ ଯୁବପିଢୀମାନଙ୍କୁ ସହଜରେ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ପଇସା ଓ ଗାଡିଦେଇ ମୁଣ୍ଡଳୀର ଜଣେ ଚେରାମଦବେପାରୀ ତାଙ୍କୁ କାମରେ ଲଗାଇଥିବାର ପୋଲିସ ପୋଲିସ ଆଗରେ ସେମାନେ ସ୍ୱିକାର କରିଥିଲେ ।ତେବେ ଖୁବଶିଘ୍ର ମୁଖ୍ୟ ଚୋରାମଦବେପାରର ମାଷ୍ଟରମାଇଣ୍ଡକୁୁ ଧରାଯିବ ବୋଲି ଥାନାଅଧିକାରୀ ଆକାଶଚନ୍ଦ୍ରରଣା କହିଛନ୍ତି ।୧୯୮/୨୨କେଶନଂରେ ଏକ ମକଦ୍ଦମା ରୁଜୁକରି ପୋଲିସ ତିନିଜଣଙ୍କୁ ଶୁକ୍ରବାରଦିନ କୋର୍ଟଚାଳଣ କରିଥିବାବେଳେ ସେମାନଙ୍କ ଜାମିନ ନାମଞୁର ହେବାରୁ ଜେଲହାଜତକୁ ଯାଇଥିବାର ଜଣାପଡିଛି ।(ଗୈାତମରାଉତଙ୍କ ରିପୋର୍ଟ)

 

 

Leave A Reply

Your email address will not be published.