ଭାରତୀୟ ଦଳକୁ ଲାଗିଛି ଜୋରଦାର ଝଟକା

0 303

ନୂଆଦିଲ୍ଲୀ,୯/୧(ସତ୍ୟସନ୍ଧାନଡେସ୍କ) ଅଷ୍ଟ୍ରେଲିଆର ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ସମୟରେ ଭାରତୀୟ ଦଳକୁ ଜୋରଦାର ଝଟକା ଲାଗିଛି। ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପୂରା ସିରିଜ୍‌ରୁ ବାଦ୍ ପଡିଛନ୍ତି। ସିଡନୀ ଟେଷ୍ଟର ତୃତୀୟ ଦିନରେ ଆଘାତ ଲାଗିବାରୁ ଜାଡେଜାଙ୍କ ବାମ ହାତ ଆଙ୍ଗୁଠି ଭାଙ୍ଗି ଯାଇଛି। ଜାଡେଜା ଏବେ ଦ୍ଵିତୀୟ ଇନିଂସରେ ବି ବ୍ୟାଟିଂ କରି ପାରିବେ ନାହିଁ। ଅପରପକ୍ଷେ ଋଷଭ ପନ୍ତଙ୍କ ମଧ୍ୟ କହୁଣୀରେ ଆଘାତ ଲାଗିଥିଲା। ହେଲେ ସେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବେ ବୋଲି ଜଣା ପଡିଛି।

Leave A Reply

Your email address will not be published.