ଭତ୍ତାପାଇଁ ଅଧିଆପଡ଼ିଲେ ସରପଞ୍ଚଙ୍କସ୍ବାମୀ

0 94

ଭଦ୍ରକ, ୨୩ା୯(ଏସଏସନିଉଜ) ଘରପାଖରେ ଆଉ ଭତା ମିଳିବନାହିଁ ।ଏଥିପାଇଁ ପଞ୍ଚାୟତ ଅଫିସକୁ ଆସିବାକୁ ପଡିବ ବୋଲି ଭଦ୍ରକ ବିଡିଓ ଚିଠିକରିବାପରେ ଭତାନେଉଥିବା ବୃଦ୍ଧବୃଦ୍ଧା ଓ ଅସହାୟ ଲୋକମାନେ ଅସନ୍ତୋଷବ୍ୟକ୍ତକରିବା ସହ ବିଡିଓଙ୍କକାର୍ଯ୍ୟାଳୟ   ଆଗରେ ଧାରଣାରେ ବସିଥିଲେ। ବିଡିଓବାବୁ ଆମ ଗାଁଲୋକଙ୍କ ଗୁହାରି ଶୁଣ। ବିଡିଓ କାର୍ଯ୍ୟାଳୟରୁ ନଆସିବାରୁ କୋରାକୋରାପଞ୍ଚାୟତ ସରପଞ୍ଚ ମୋନାଲିସାପଣ୍ଡାଙ୍କ ସ୍ବାମୀ ଧବଳେଶ୍ବରପଣ୍ଡା ଦଣ୍ଡବତ ଅବସ୍ଥାରେ ଅଧିଆ ପଡ଼ିଯାଇଥିଲେ ।ଯାହାକୁନେଇ ଏବେ ଯୋରଦାର ଚର୍ଚ୍ଚା ଧରିଛି ।
କୋରକୋରା ପଞ୍ଚାୟତର ତିହିଡି, ରାଜପୁର, ବରଡାଡିହ ଆଦି ୩ଟି ରାଜସ୍ବ ଗ୍ରାମରବାସିନ୍ଦା କୋରାକୋରା ପଞ୍ଚାୟତ ଅଫିସ୍‌ଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ। ପ୍ରତିମାସରେ ଏହିଗ୍ରାମର ହିତାଧିକାରୀମାନେ ରାଜପୁର ତିହିଡି କୀର୍ତ୍ତନମଣ୍ଡପନିକଟରୁ ଭତ୍ତା ନେଉଥିଲେ। ମାତ୍ର ଭଦ୍ରକବିଡିଓ ସୀତାକାନ୍ତ ରାଉତ ପଞ୍ଚାୟତ ଅଫିସରୁ ଭତ୍ତା ନେବାକୁ ନିର୍ଦ୍ଦେଶ ଦେବାପରେ ଏହାକୁ ବିରୋଦ୍ଧ କରି ଶତାଧିକ ହିତାଧିକାରୀ ବିଡିଓଙ୍କ କାର୍ଯ୍ୟ ଳୟ ଆଗରେ ଧାରଣାରେ ଦେଇଥିଲେ ।ବହୁସମୟଧରି ବସିବାପରେ ବିଡିଓ କାର୍ଯ୍ୟାଳୟରୁ ନଆସିବାରୁ ବୃଦ୍ଧବୃଦ୍ଧା ଓ ଅସହାୟଙ୍କୁ ତାଙ୍କ ଘରପାଖରେ ଭତ୍ତା ଦେବା ପାଇଁ ନିବେଦନ କରି ଧବଳେଶ୍ବରପଣ୍ଡା ଶେଷରେ ଯୋଡ଼ହସ୍ତରେ ଲମ୍ବହୋଇ ତଳେ ଶୋଇପଡ଼ିଥିଲେ।ଲୋକଙ୍କ କହିବାକଥାହେଲା ୧୦କିଲୋମିଟର ବାଟ ଅତିକଲ୍ରାନ୍ତକରି ପଞ୍ଚାୟତ ଅଫିସକୁ ଭତ୍ତାପାଇଁ ଆସିଲେ ଅଟୋ ଭଡ଼ା ବାବଦରେ ୨ ଶହରୁ ୩ଶହ ଟଙ୍କା ଦେବାକୁ ପଡିବ । ପୂର୍ବସ୍ଥାନରେ ଭତ୍ତା ଦେବାର ବ୍ୟବସ୍ଥା ନକଲେ କେହି ପଞ୍ଚାୟତ ଅଫିସ୍ ଯିବେନି ବୋଲି ହିତାଧିକାରୀମାନେ ରୋକଠୋକ କହିଛନ୍ତି ।ଅନ୍ୟପଟେ ଏହାକୁନେଇ ଚାପା ଉତେଜନା ଦେଖାଦେବାପରେ ବିଡିଓ ଆସି ଦାବିପତ୍ର ଗ୍ରହଣ କରିବା ସହ ଅନୁଧ୍ୟାନପରେ ଯାହାକିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

 

Leave A Reply

Your email address will not be published.