ଭଉଣୀ ଘରେ ଚାଲିଗଲେ ଭାଇ

0 283

ସାକ୍ଷୀଗୋପାଳ,୩/୬(ଏସଏସନିୟୁଜ) ଭଉଣୀ ଘରକୁ ସାବିତ୍ରିଭାର ନେଇଯାଇଥିଲେ ।ସେଠାରେ ନୁଆକରି ହେଉଥିବାଘରର ଛାତଉପରେ ଥିବାପାଣିରେ ବିଦ୍ୟୁତ ସଂଯୋଗ ହୋଇଯାଇଥିବାରୁ ଘର ଦେଖିବାକୁ ଯାଇ ଭଉଣୀଘରେ ଚାଲିଯାଇଛି ଏକମାତ୍ର ପଅୁô ଜୀବନ । ଏହି ଅଭାବନୀୟ ଘଟଣା ସତ୍ୟବାଦୀ ବ୍ଳକର ବଳରାମପୁରଗଡ ପଞ୍ଚାୟତର ମାଳସାହି ଗ୍ରାମରେ ଘଟିଛି । ଜଣାପଡିଛି ଯେ,ମାଳସାହି ଗ୍ରାମର ଭଗବାନ ବରାଳଙ୍କର ଏକମାତ୍ର ପୁତ୍ର ବୁଦ୍ଧନାଥ (୨୨) ଭଉଣୀ ଘରକୁ ସାବିତ୍ରୀ ବୋଝନେଇ ପିପିଲିର ଗୁଡିଆପୋଖରୀ ଯାଇଥିଲେ। ସେଠାରେ ଭଉଣୀ ର ନୂଆ ଘରକାମ ହୋଇଥିବା ବେଳେ ଛାତ ଉପରେ ବିଦ୍ୟୁତ ତାରରେ ଲାଇନ ଯାଇଥିଲା। ତାରରେ କୌଣସି ଠାରେ ଦିଆଯାଇଥିବା ପାଣିରେ ଲାଗି ପାଣି କରେଣ୍ଟ ହୋଇ ରହିଥିଲା ।କିନ୍ତୁ ଘରକାମ ଦେଖିବାକୁ ବୁଦ୍ଧନାଥ ଛାତ ଉପରକୁ ଦେଖିବାକୁ ଯାଇଥିବାବେଳେ ବିଦ୍ୟୁତ ସଂଷ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି। ଏକମାତ୍ରପୁଅକୁ ହରାଇ ପରିବାର ଭାଙ୍ଗିପଡିଥିବାବେଳେ ଏହି ଖବର ଶୁିଣିବାପରେ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.