ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ପ୍ୟାକେଜ୍

0 146

ଭୁବନେଶ୍ୱର,୩/୬(ଏସଏସନିୟୁଜ) କୋଭିଡ୍ ସଂକ୍ରମଣ ଲାଗି ପ୍ରାଚୀନ ଜନଜାତିମାନଙ୍କର ବସତି ଅଂଚଳରେ ପିଭିଟିଜିମାନଙ୍କ ପାଇଁ ସ୍ପେସାଲ ପ୍ୟାକେଜ୍ ଘୋଷଣା କରାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର ବଂଟନ କରାଯିବ ।ଏହାସହ କୋଭିଡ୍ ଆକ୍ରାନ୍ତ ସମସ୍ତ ପରିବାରକୁ ୨ ହଜାର ୫୦୦ ଟଙ୍କା ମୂଲ୍ୟର ଶୁଖିଲା ରାସନ୍ କିଟ୍ ମଧ୍ୟ ପ୍ରଦାନ କରାଯିବ । କୋଭିଡ୍ ଆକ୍ରାନ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କୁ ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ପ୍ରତିଦିନ ୧୦୦ ଟଙ୍କା ସହିତ ୧୪୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ ସହ ପ୍ରାଚୀନ ଜନଜାତି ଗୋଷ୍ଠୀ ପରିବାରର ଘରକୁ ଘର ଯାଇ ସର୍ଭେ ଓ ସ୍କ୍ରିନିଂ କରାଯାଇ କୋଭିଡ୍ ଲକ୍ଷଣ ନିରୁପଣ କରାଯିବାକୁ ଘୋଷଣା କରାଯାଇଛି । କାର‌୍ୟ୍ୟରତ କମ୍ୟୁନିଟି ରିସୋର୍ସ ପରସନ୍ ଙ୍କୁ ୪ ମାସ ପାଇଁ ମାସିକ ୧ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ସହ ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ଅଧୀନରେ କାର୍ଯ୍ୟରତ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ କିଟ୍ ସହ ଜୀବନବୀମାର ପରିସରଭୁକ୍ତ କରାଯାଇଛି । ଗ୍ରାମ ସ୍ତରରେ ସଙ୍ଗରୋଧ କେନ୍ଦ୍ର ମାଇକ୍ରୋ ଏଜେନ୍ସି ଓ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା ସହିତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ନିମନ୍ତେ ପାଣ୍ଠିର ବ୍ୟବସ୍ଥା କରାଯାଇଛି ।ଏହାସହ ସ୍ଥାନୀୟ ଭାଷାରେ ସଚେତନତା ବାର୍ତା ଦେବାପାଇଁ ମାଇକରେ ପ୍ରଚାର ସହିତ ପୋଷ୍ଟର ଓ ବ୍ୟାନର ଯୋଗେ ସଚେତନ ମଧ୍ୟ କରାଯାଉଛି ।

Leave A Reply

Your email address will not be published.