ଭୟଙ୍କର ରୂପରେ ମାଡିଆସୁଛି ତଉତେ

0 193

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) ଅତି ଭୟଙ୍କର ସାମୁଦ୍ରିକ ଝଡ ପ୍ରଚଣ୍ଡ ରୂପ ନେଇ ଗୁଜରାଟ ଆଡକୁ ମାଡ଼ି ଆସୁଛି ବାତ୍ୟା ତଉତେ’ । ତଉତେ ୧୮ ତାରିଖରେ ଗୁଜରାଟର ଦ୍ୱାରକା ନିକଟରେ ଭୂଭାଗକୁ ଛୁଇଁବା ପରେ କଛି ଉପସାଗରରେ ପ୍ରବେଶ କରି ଦକ୍ଷିଣ ପାକିସ୍ତାନ ଆଡକୁ ଗତି କରିବ। ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୂଭାଗକୁ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୪୦ରୁ ୧୬୦ କିଲୋମିଟର ପର‌୍ୟ୍ୟନ୍ତ ବୃଦ୍ଧି ପାଇପାରେ। ଏହାର ପ୍ରଭାବରେ କେରଳ, କର୍ଣ୍ଟାଟକ, ଗୋଆ, ମହାରାଷ୍ଟ୍ର ଆଦି ରାଜ୍ୟରେ ଭୀଷଣ ବର୍ଷା ଲାଗିରହିବ । ସମ୍ଭାବ୍ୟ ବିପର‌୍ୟ୍ୟୟର ମୁକାବିଲା ପାଇଁ ତଟବର୍ତ୍ତୀ ଅଞ୍ଚଳ ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଥିବା ବେଳେ, ୫ଟି ରାଜ୍ୟରେ ୫୩ଟି ଏନଡ଼ିଆରଏଫ୍ ଟିମ୍ ମୁତୟନ କରାଯାଇଛି। ଭାରତୀୟ ବାୟୁସେନା ପକ୍ଷରୁ ଝଡ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର‌୍ୟ୍ୟ ପାଇଁ ୧୬ଟି ପରିବହନ ବିମାନ ଏବଂ ୧୮ଟି ହେଲିକପ୍ଟର ପ୍ରସ୍ତୁତ ରଖାଯାଇଛି। କୋଭିଡ ମହାମାରୀ କବଳରୁ ରକ୍ଷାପାଇବାପାଇଁ ଲଢେଇ ଚାଲୁଥିବାବେଳେ ବର୍ଷର ପ୍ରଥମ ବାତ୍ୟା ତାଉତେ କୁ ପୁଣି ଦେଶ ସାମ୍ନାକରିବାକୁ ଯାଉଛି ।

 

 

 

Leave A Reply

Your email address will not be published.