ଭିଜିଲାନ୍ସ ଜାଲରେ ବ୍ଲକର କନିଷ୍ଠ ଯନ୍ତ୍ରୀ

ଅନୁଗୋଳ,୩୧/୧(ଏସଏସନିୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ କୁମଣ୍ଡ ସ୍ଥିତ ବାସଭବନ, ଅମ୍ବାପାଳ ସ୍ଥିତ ଘର, ତାଳଚେର ବ୍ଲକ୍ ଅଫିସ, ମେରାମୁଣ୍ଡଳୀ ସ୍ଥିତ ଶ୍ୱଶୁର ଘରେ, ତାଳଚେର ବିଡିଓ ଅଫିସରେ ତାଙ୍କ ଚାମ୍ବରରେ ଏକକାଳୀନ ଚଢ଼ାଉ କରିଛି । ପ୍ରାଥମିକ ଆକଳନରୁ ତାଙ୍କର ଅଲଗା ଅଲଗା ଆକାଉଣ୍ଟରେ ଏଫଡି ଓ ଅନ୍ୟ ଡିପୋଜିଟ୍ ଆକାରରେ ମୋଟ ୯୬,୯୦,୧୯୩ ଟଙ୍କା ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୪୬ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା, ୫୦ ଲକ୍ଷରୁ ଅଧିକ ଟଙ୍କାର ସଞ୍ଚୟ ଜମା ଥିବା ଜଣାପଡିଛି। ଏହାସହ ଗୋଟିଏ ୨ ମହଲା କୋଠା, ଅନ୍ୟ ଏକ ବିଲ୍ଡିଂ, ଗୋଟିଏ କାର ଏବଂ ୫ଟି ବାଇକ୍ ଥିବା ଜଣାପଡିଛି। ଏହାବ୍ୟତୀତ ଭିଜିଲାନ୍ସ ୨୬୧ ଗ୍ରାମର ସୁନାଗହଣା ତାଙ୍କ ଘରୁ ଜବତ କରିଛି।

- Advertisement -

Leave A Reply

Your email address will not be published.