ଫେବ୍ରୁଆରୀ ପାଇଁ ନୂଆ ଗାଇଡ଼ଲାଇନ୍

ଭୁବନେଶ୍ୱର,୩୧/୧(ଏସଏସନିଉଜ) ଫେବ୍ରୁଆରୀ ମାସ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ଗାଇଡ଼ଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡ଼ଲାଇନ୍ ଅନୁସାରେ, ରାତି ୧୦ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁହେବ ଓ ମଲ୍, ରେଷ୍ଟୁରାଣ୍ଟ ଓ ଦୋକାନବଜାର ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ । ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବାକୁ ବାରଣ ହୋଇଥିବାବେଳେ ଶିକ୍ଷାନୁଷ୍ଠାନ ବ୍ୟତିତ ଅନ୍ୟ କେଉଁଠି ସରସ୍ୱତୀ ପୂଜା, ଭୋଜି ଓ ମନୋରଞ୍ଜନ କାର‌୍ୟ୍ୟକ୍ରମ ମନା କରାଯାଇଛି ।ତେବେ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜା କମ୍ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇ ପାରିବ ବୋଲି କୁହାଯାଇଛି ।

- Advertisement -

Leave A Reply

Your email address will not be published.