ଭୁବନେଶ୍ୱର,୩୧/୧(ଏସଏସନିୟୁଜ) ଭୁବେନଶ୍ୱର ଶ୍ରୀରାମ ନଗର ଲେନ୍-୧୩ରେ ଥିବା କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୋଲିସ ।ମୃତ ମହିଳାଙ୍କ ନାମ କ୍ରିଷ୍ଣା ମହାନ୍ତି । ସେ ‘ମୋ ବସ୍’ରେ କଣ୍ଡକ୍ଟର ଭାବେ କାମ କରିବାସହ ଭଡା ଘରେ ରହୁଥିଲେ । ଗତରାତିରେ ମୋବାଇଲରେ କଥାହେଉଥିବାବେଳେ ଛାତରୁ ଖସି ପଡି କୂଅ ଭିତରେ ଗଳି ପଡିଥିବାର ପୋଲିସ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି । ପୋଲିସ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀମାନେ ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।