ଭିଜିଲାନ୍ସ ଜାଲରେ କ୍ରୀଡ଼ା ଶିକ୍ଷକ

0 124

ବ୍ରହ୍ମପୁର, ୫/୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି ବ୍ରହ୍ମପୁର ପାତ୍ରପୁର ବ୍ଳକ ଜୟନ୍ତପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ବ୍ରହ୍ମପୁର ଅନନ୍ତ ନଗର ସ୍ଥିତ ବାସଭବନ ସହ ୮ଟି ସ୍ଥାନରେ ଚଢ଼ାଉ କରୁଛି ।ଜୟନ୍ତପୁରରେ ଥିବା ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ସମେତ ତିନିଟି ଗୋଦାମ ସହ ଦୁଇଟା ମାର୍କେଟ କପ୍ଲେକ୍ସ, ଗ୍ୟାସ ଏଜେନ୍ସି, ଗୋଦାମ, ଚାରି ବହୁତଳ କୋଠା ମଧ୍ୟ ଥିବାର ଭିଜିଲାନ୍ସ ତଦନ୍ତ ବେଳଳେ ଜାଣିବାକୁ ପାଇଛି ।

Leave A Reply

Your email address will not be published.