ଲୁଡ଼ୁ ଖେଳବାରଣକୁ କେନ୍ଦ୍ରକରି ଛୁରାମାଡ

0 126

ଭଦ୍ରକ, ୫/୮(ଏସଏସନିଉଜ) କସିଆ ସାମୁଦ୍ରିକ ଥାନା ଅନ୍ତଗତ ବିଦେଇପୁର ମୁନିପାଦରେଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ଲୁଡୁଖେଳୁଥିବାବେଳେ ଏହାକୁ କେନ୍ଦ୍ରକରି ଛୁରାମାଡ ହୋଇଛି ।ଏଥିରେ ଦୁଇଜଣ ଅନନ୍ତ ଦାସ ଓ ରଂଗଲା ଦାସ ଗୁରୁତର ହୋଇଥିବାବେଳେ ପୂଜା ଦାସ, ଲିଜା ଦାସ, ରାହୁଲ ଦାସ, ଦିପୁନ ମଳିକ ୪ଜଣ ଆହତ ହୋଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସ୍‌ତ ହେଉଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀରେ ରାହୁଲ ଦିପୁନ ଓ ରାଜ ନାମକ ଯୁବକ ମୋବାଇଲରେ ଲୁଡୁ ଖେଳୁଥିବା ବେଳେ ସ୍ଥାନୀୟ ଗ୍ରାମର ଦୁଇଜଣ ଯୁବକ ସେଠାରେ ପହଁଚି ଏଠାରେଲୁଡୁଖେଳିପାରିବନି କହିବା ସହ ସେମାନଙ୍କୁ ବାରଣ କରିଥିଲେ ।ଏହି ଖବର ପାଇବାପରେ ଲୁଡୁଖେଳୁଥିବା ପରିବାରର ସଦସ୍ୟ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଯୁବକଦ୍ୱୟଙ୍କୁ ବୁଝାସୁଜା କରିବାକୁ ଉଦ୍ୟମ କରିଥିଲେ ।ଏଥିରେ ଉତ୍ୟକ୍ତ ହୋଇ ଯୁକଦ୍ୱୟ ଧାରୁଆଛୁରୀରେ ଅନନ୍ତ ଓ ତାଙ୍କ ସ୍ତ୍ରୀ ରଙ୍ଗଲତାଙ୍କୁ ଛୁରା ମାଡ଼ କରିଥିଲେ ।ଏମାନଙ୍କ ଚିକ୍ତରା ଶୁଣି ସ୍ଥାନୀୟ ଲୋକ ପହଁଚିବାରୁ ଯୁବକଦ୍ୱୟ ଫେରାର ହୋଇଯାଇଥିଲେ ।ଖବରପାଇ ପୋଲସି ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ଯୁବକଦ୍ୱୟଙ୍କୁ ଖୋଜିବା ଆରମ୍ଭ କରିଛି ।

 

 

 

 

 

Leave A Reply

Your email address will not be published.