ଭୀମଭୋଇଙ୍କ ନାମରେ ଆପତିଜନକ ମନ୍ତବ୍ୟ ଦେଇଥିବା ଲେଖକଙ୍କ ନାଁରେ ଏତଲା

0 297

ଭୁବନେଶ୍ୱର,୧୯/୫(ଏସ୍‌ଏସ୍‌ନିୟୁଜ) ସନ୍ଥଳବୀ ଭୀମଭୋଇଙ୍କୁ ଅପମାନ କରି ଥିବା ଅଭିଯୋଗରେ ବିଶ୍ୱପ୍ରସିଦ୍ଧ ମହିମାଧର୍ମ ଗବେଷଣା ପରିଷଦର ସଭାପତି ଙ୍କ ପକ୍ଷରୁ ଲେଖକ କେଦାର ମିଶ୍ରଙ୍କ ନାମରେ ମଂଚେଶ୍ୱରଥାନାରେ ମଙ୍ଗଳବାରଦିନ ଏତଲା ଦିଆଯାଇଛି ।ଏହି ଏତଲାରେ ଦର୍ଶାଯାଇଛି ଯେ,ସନ୍ଥକବି ଭୀମଭୋଇ ହେଉଛନ୍ତି ସମଗ୍ର ଓଡିଆ ଜାତିପାଇଁ ଗର୍ବ ଓ ଗୈାରବ ।ଦଳିତ ପରିବାରରେ ଜନ୍ମିତ ଭୀମଭୋଇ ଜନ୍ମରୁ ଅନ୍ଧ ଥିଲେ ।ତାଙ୍କୁ ଦିବ୍ୟଜ୍ଞାନ ପ୍ରାପ୍ତି ହେଲାପରେ ସେ ମହିମାଧର୍ମର ପ୍ରଚାର ଓ ପ୍ରସାର କରିଥିଲେ । ମହିମାଧର୍ମର ପ୍ରଣେତା ଆମ ସମସ୍ତଙ୍କ ମୁକ୍ତି ମାର୍ଗର ପଥପଦର୍ଶକ ଥିଲେ । ମାତ୍ର ସେହି ମହାମାନବଙ୍କ ନାମରେ ଚରିତ୍ର ସଂହାର କରିବାକୁ କେଦାରମିଶ୍ର ନାମକ ଜଣେ ଲେଖକ ଅପଚେଷ୍ଠା କରିଛନ୍ତି ବୋଲି ଦିଆଯାଇ ଥିବା ଏତଲାରେ ବିଶ୍ୱପ୍ରସିଦ୍ଧ ମହିମାଧର୍ମ ଗବେଷଣା ପରିଷଦର ସଭାପତି ବାବା ରମେଶ ଚନ୍ଦ୍ରଦାସ ଅଭିଯୋଗ କରିଛନ୍ତି ।
ଭୁବନେଶ୍ୱରରେ ରହୁଥିବା ଲେଖକ କେଦାରମିଶ୍ର ତାଙ୍କ ର ଲିଖିତ ପୁସ୍ତକ ଭୀମଭୋଇ ଆଣ୍ଡ୍ ହିଜ୍ ଫିମେଲ ଜନ୍‌ସର୍ଟସ ରେ ଭୀମଭୋଇଙ୍କର ଅନେକ ମହିଳାଙ୍କ ସହିତ ଖରାପ ସର୍ମ୍ପକ ଥିଲା ବୋଲି ଉଲ୍ଲେଖ କରିଛନ୍ତି ।ଶ୍ରୀମିଶ୍ରଙ୍କ ଏହି ଆପତିଜନକ ଲେଖାକୁ ତୁରନ୍ତ ନିଷିଦ୍ଧ ଘୋଷଣା ସହ ଲେଖକଙ୍କ ବିରୁଦ୍ଧରେ ଭାରତୀୟ ଦଣ୍‌ଡବିଧି ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ଦାବୀରେ କରାଯାଇଛି ।ସଭାପତି ବାବା ରମେଶ ଚନ୍ଦ୍ରଦାସ,ବାବା ପବିତ୍ରମୋହନଦାସ, ସନ୍ତୋଷନାଥ, ସଭାପତି ଇନ୍ଦ୍ରମଣିଭୋଇ ,ଲିଙ୍ଗରାଜରାଉତ, କେଳାସଚନ୍ଦ୍ରରାଉତ, ଲକ୍ଷ୍ମିଧରବେହେରା, ବିପନଭୋଇଙ୍କୁ ଗଠିତ ଏକ ପ୍ରତିବନିଧିଦଳ ମଂଚେଶ୍ୱରଥାନାକୁ ଯାଇଥିଲେ ।

Leave A Reply

Your email address will not be published.