ଭୁବନେଶ୍ୱରରେ ବ୍ୟାପୁଛି ଡେଙ୍ଗୁ

0 285

ଭୁବନେଶ୍ୱର,୫/୭(ଏସଏସନିୟୁଜ) କରୋନାପରେ ଭୁବନେଶ୍ୱରରେ ଏବେ ଡେଙ୍ଗୁ ଭୟ ଦେଖିବାକୁ ମିଳିଛି । ରାଜଧାନୀର ବିଭିନ୍ନ ୱାର୍ଡରେ ୫୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହେଲଣି । ଶୈଳଶ୍ରୀବିହାର ଓ କଳ୍ପନା ଅଞ୍ଚଳରୁ ଆଉ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ବର୍ଷା ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱାର୍ଡରେ ଡେଙ୍ଗୁ ବ୍ୟାପୁଥିବାରୁ ରାଜଧାନୀବାସୀଙ୍କ ଚିନ୍ତା ବଢିବାରେ ଲାଗିଛି । ବର୍ତ୍ତମାନ ମଶାଙ୍କ ବଂଶବୃଦ୍ଧିର ଋତୁ, ଏହି ସମୟରେ ଡେଙ୍ଗୁ ବଢ଼େ । ଗତକାଲି ସୁଦ୍ଧା ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।ତେବେ ରାଜ୍ୟର ଅନ୍ୟ କେଉଁଠି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.