ଭୁବନେଶ୍ୱରରୁ ୬୯୮ ପଜିଟିଭ୍ ଚିହ୍ନଟ

0 242

ଭୁବନେଶ୍ୱର,୨୩/୪(ଏସଏସନିୟୁଜ) କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଘୁଘୁହୋଇ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରାମିତଙ୍କ ସଂଖ୍ୟା ମଧ୍ୟ ସବୁଦିନେ ବଢୁଥିବାର ଜଣାପଡିଛି ।ଆଜି ଭୁବନେଶ୍ୱରରୁ ମୋଟ ନୂଆ ୬୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଆକ୍ରାନ୍ତଙ୍କ ମଧ୍ୟରେ ୧୫୦ କ୍ୱାରେଣ୍ଟାଇନରୁ ଓ ୫୪୮ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ରେ ଦର୍ଶାଯାଇଛି ।ଏହି ନୁଆ ଆକ୍ରାନ୍ତମାନେ ଚନ୍ଦ୍ରଶେଖରପୁର, ଖଣ୍ଡଗିରି ହଂସୁପାଳ, ମଂଚେଶ୍ୱର ଜୟଦେବ ବିହାର, ବିଜେପି ନଗର, ଗଙ୍ଗନଗର ବରମୁଣ୍ଡା.ଝାରପଡା ଅଂଚଳର ଜଣାପଡିଛି ।ସେହିଭଳିଭାବେ ରାଜ୍ୟରେ ଆଜି ୨୪୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏହି ସୁସ୍ଥମାନଙ୍କ ମଧ୍ୟରେ ଖୋର୍ଦ୍ଧା ୩୫୦, ଯାଜପୁର ୪୭, ଦେବଗଡ଼ ୨୩, ଗଞ୍ଜାମ ୫୫, ସୋନପୁର ୨୫,ସୁନ୍ଦରଗଡ଼ରୁ ୪୫୮ , ନୂଆପଡ଼ା ୨୧୭, ଝାରସୁଗୁଡ଼ା ୧୪୫, ସମ୍ବଲପୁର ୧୧୨, ବରଗଡ଼ ୧୧୧, କଟକ ୧୧୦, ବଲାଙ୍ଗିର ୧୦୯, ଷ୍ଟେଟ୍‌ପୁଲ ୮୧, କେନ୍ଦୁଝର ୭୪, ବାଲେଶ୍ବର ୭୧, ଅନୁଗୁଳ ୬୫, ନବରଙ୍ଗପୁର ୪୩, ମୟୂରଭଞ୍ଜ ୩୮, ରାୟଗଡ଼ା ୩୪, କଳାହାଣ୍ଡି ୩୧, ଭଦ୍ରକ ୨୮, ଗଜପତି ୨୦, ଜଗତସିଂହପୁର ୧୮, କୋରାପୁଟ ୧୭, ନୟାଗଡ଼ ୧୪, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୧୨, ମାଲକାନଗିରି ୭, ଢେଙ୍କାନାଳ ଜିଲ୍ଲାରୁ ୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.