ହରିଣଉଦ୍ୟାନର ସ୍ଥାନାନ୍ତରଣକୁ ବିରୋଧ କରି ବିଜେପି ପକ୍ଷରୁ ଦାବିପତ୍ର

0 239

କଟକ ,୨୩/୪(ଏସଏସନିୟୁଜ) କଟକ ସହରର ବହୁ ପୁରାତନ ହରିଣ ଉଦ୍ୟାନର ସ୍ଥାନାନ୍ତରଣକୁ ବିରୋଧ କରି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସ୍ମୃତି ରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ।୧୯୮୧ମସିହାରୁ କଟକ ତୁଳସୀପୁର ଠାରେ ହରିଣ ଉଦ୍ୟାନ ନିର୍ମିତ ହୋଇଥିଲା । ଯାହାକି ରାସ୍ତା ପ୍ରସସ୍ତିକରଣ ତଥା ସହରର ସୌନ୍ଦର୍ଯ୍ୟକରଣ ଆଳରେ ଉଦ୍ୟାନକୁ ଚନ୍ଦକା ନିକଟକୁ ସ୍ଥାନାନ୍ତରିତ କରିବାପାଇଁ ଏକପ୍ରକାର ଯୋଜନା ସରିଛି । ଶୁକ୍ରବାରଦିନ ବିଜେପି ଯୁବମୋର୍ଚ୍ଚା କେନ୍ଦ୍ରାଂଚଳ  ରାଜସ୍ୱଆୟୁକ୍ତଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛି ।ଏହି ଦାବୀପତ୍ର ରେ ଏହି ହରିଣ ଉଦ୍ୟାନ କଟକ ସହରର ପରିଚୟ ଏବଂ କଟକିଆଙ୍କ ଭାବାବେଗ ସହ ଏହା ଜଡ଼ିତ ବୋଲି ଦର୍ଶାଯାଇଛି ।ଏହାସହ କଟକ ସହରବାସୀ ଏବଂ କଟକ ସହର ବାହାରୁ ଆସୁଥିବା ଜନସାଧାରଣ ଓ ସହରର ଛୋଟପିଲାଙ୍କ ପାଇଁ ଏହା ଏକମାତ୍ର କଟକ ମଧ୍ୟରେ ଥିବା ଆମୋଦ ଦାୟକପ୍ରାଣୀ ଉଦ୍ୟାନ ହୋଇଥିବାରୁ

ଏହାର ସ୍ଥାନାନ୍ତରଣକୁ ବିରୋଧ କରାଯାଇଛି ।ଏହାସହ ସହର ଉପକଣ୍ଠରେ ନିର୍ଦ୍ଧିଷ୍ଟ ସ୍ଥାନ ଚିହ୍ନଟ କରି ସ୍ଥାନାନ୍ତରିତ କରିବା ପାଇଁ ଦାବି ରଖିଛି ବିଜେପି । ପୂର୍ବତନ ଯୁବମୋର୍ଚ୍ଚା ନଗର ସଭାପତି ସ୍ୱାଧୀନ ମହାନ୍ତି କଟକ ସହରର ଉନ୍ନତିକରଣ ନାଆଁରେ କିଛି ବର୍ଷ ହେବ ଅନେକ ସରକାରୀ କଲେଜ, ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଫିସ୍ ସ୍ଥାନାନ୍ତରିତ କରିବା ସହିତ ଐତିହ୍ୟପୂର୍ଣ୍ଣ ସ୍ଥାନକୁ ନଷ୍ଟ କରି କଟକକୁ ଶ୍ରୀହିନ କରିବା ରାଜ୍ୟସରକାରଙ୍କ ଏକପ୍ରକାର ଚକ୍ରାନ୍ତ ବୋଲି ଅଭିଯୋଗ ଆଣିଥିବାବେଳେନଗର ଯୁବମୋର୍ଚ୍ଚା ସଭାପତି ସତ୍ୟବ୍ରତ ମିଶ୍ର ଆଗାମୀ ଦିନରେ ରାଜ୍ୟସରକାରଙ୍କ ଏହିପରି ମନୋମୁଖି କାର୍ଯ୍ୟ ବିରୋଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ ଗ୍ରହଣ କରାଯିବ ବୋଲିଜଣାଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ସଂଜୀବଚିନାରା, ସଂଜୟ ଜେନା, ଅନ୍ନଦା ଦାସ, ସୁବାଶ ମହାନ୍ତି, କଟକ ଯୁବମୋର୍ଚ୍ଚାର ସିବେତ ମିଶ୍ର, ସାର୍ଥକରାୟ, ସଦାନନ୍ଦ ବିଶ୍ୱାଳ, ସତ୍ୟଜିତ ମହାନ୍ତି, ନରେନ କୁମାର ଭରଦୱାଜ, ସତ୍ୟଜିତ ବାରିକ, ଶୋଭନମଲ୍ଲିକ, ଲକ୍ଷ୍ମିନାରାୟଣ ଶତପଥି, ସୌଭାଗ୍ୟ ରଞ୍ଜନ ସାମଲ, ବିଜୟ ଶର୍ମା, ସଂଜୀବ ଶୁକ୍ଳା, ରଞ୍ଜନ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.