ଭୁଜାଲିରେ ହାଣି ବେପାରୀଙ୍କଠାରୁ ଲୁଟିଲେ

0 90

କେନ୍ଦୁଝର,୭ା୯(ଏସଏସନିଉଜ) ଆଜି ଅପରାହ୍ନରେ ତେଲକୋଇ ଅଞ୍ଚଳରେ ଆକୁଳ ସାପ୍ତାହିକହାଟରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେଆସି ୨ଜଣବେପାରୀଙ୍କୁ ବନ୍ଧୁକଦେଖାଇ ଭୁଜାଲିରେ ହାଣି ଦେଢ଼ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।ଲୁଟର ଶିକାର ହୋଇଥିବା ବେପାରୀ ହେଲେ ଢେଙ୍କାନାଳ କଙ୍କଡ଼ାହାଡ଼ ଥାନା ଗୋଳାଗାଡିଆ ଗ୍ରାମର ଦୁଇ ଭାଇ ଶରତ ଓ ଭରତ ସାହୁ ।ଆଜି ୨ଭାଇ ଦୋକାନ ବନ୍ଦକରୁଥିବାସମୟରେ ୨ଲୁଟେରା ଟଙ୍କାବ୍ୟାଗ୍ ଝାମ୍ପିବାକୁ ଉଦ୍ୟମ କରି ନିରାଶ ହୋଇଥିଲେ ।ଏହାକୁନେଇ ଉଭୟଙ୍କ ମଧ୍ୟରେ ମାରଧର ଆରମ୍ଭ ହୋଇଥିଲା ।ଶେଷରେ ଦୁର୍ବୁତମାନେ ଏକ ବନ୍ଧୁକ ଦେଖାଇ ଭୟଭୀତ କରି ଭୁଜାଲିରେ ହାଣି ଟଙ୍କାବ୍ୟାଗ୍ ନେଇ ତେଲକୋଇ ରାସ୍ତାରେ ଚମ୍ପଟ ମାରିଥିଲେ। ଭୁଜାଲି ମାଡ଼ରେ ଆହତ ହୋଇଥିବା ଦୁଇଭାଇଙ୍କୁ ଶିରିଗିଡା ଡ଼ାକ୍ତରଖାନାର ପ୍ରାଥମିକ ଚିକିତ୍ସା କରାଯାଇଛି।

Leave A Reply

Your email address will not be published.