ବିରଞ୍ଚି ଏତେ ପଇସା ଆଣିଲେ କେଉଁଠୁ ?

ଖବର ଆଜିର,ତାରିଖ ୦୧-୦୮-୨୦୨୧/ରବିବାର

0 323

୧–ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ: ବିଜ୍ଞାନରେ ପାସ ହାର ୯୫.୧୫%, ବାଣିଜ୍ୟରେ ୯୪.୯୬%
୨–ଅଗଷ୍ଟ ମାସର ଗାଇଡଲାଇନ ନେଇ ଏସଆରସିଙ୍କ ଘୋଷଣା। ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ।
୩–ଭୁବନେଶ୍ବର, କଟକ ଓ ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ। ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଏଣିକି ରାସ୍ତାକଡ଼ର ଦୋକାନରେ ଖାଇପାରିବେ ଲୋକେ
୪–ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା। ସମସ୍ତ ଧାର୍ମିକ, ସାମାଜିକ, ରାଜନୈତିକ ସମାବେଶ ମନା। ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲିପାରିବ ମଲ୍‌।
୫–ରେଷ୍ଟୁରାଣ୍ଟ, ବାର୍‌ ୫୦% କ୍ଷମତା ସହ ଖୋଲି ପାରିବ। ୫୦% ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍‌। ସମୁଦ୍ରକୂଳ ଓ ପାର୍କ ଖୋଲା ରହିବ, ଗାଇଡ ଲାଇନ ମାନିବେ ପର୍ଯ୍ୟଟକ
୬–ରାଜ୍ୟରେ ଦୈନିକ ଓ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି। ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର, ନନ୍ଦନକାନନ, ୱାଟର ପାର୍କ, ସଂଗ୍ରହାଳୟ ଓ ପର୍ଯ୍ୟଟନସ୍ଥଳ ଖୋଲାଯାଇପାରିବ।
୭–ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଏହି ଟାର୍ଗେଟ ପୂରଣ ହୋଇଛି ବୋଲି ଶନିବାର ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।
୮-ପୁଲୱାମା ହମଲାର ମାଷ୍ଟର ମାଇଣ୍ଡକୁ ଏନକାଉଣ୍ଟଟର । ମସୁଦ ଅଜହରର ପୁତୁରା ମହମ୍ମଦ ଇସମାଇଲ୍ ସମେତ ୨ କୁଖ୍ୟାତ ଆତଙ୍କବାଦୀ ନିହତ ।
୯-ବିରଞ୍ଚି ଏତେ ପଇସା ଆଣିଲେ କେଉଁଠୁ ? ଦରକାର ପଡ଼ିଲେ OSSCର ସଦସ୍ୟମାନଙ୍କୁ ତଦନ୍ତରେ ସାମିଲ କରାଯିବ- ଭିଜିଲାନ୍ସ ନିର୍ଦ୍ଦେଶକ ।
୧୦-୪୬ ଟି ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହୁଛି ସଂକ୍ରମଣ । ୧୦ଟି ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚେତାବନୀ । କହିଲେ ସତର୍କ ନରହିଲେ ଆସିପାରେ ତୃତୀୟ ଲହର ।
୧୧-ସାର ପାଇଁ ଚାଷୀଙ୍କ ପ୍ରତିବାଦ ପରେ କେନ୍ଦ୍ରକୁ ବଲ୍ ଫିଙ୍ଗିଲା ରାଜ୍ୟ । ଚିଠି ଲେଖି ମୁଖ୍ୟମନ୍ତ୍ରୀ କହିଲେ, ଦିଲ୍ଲୀରୁ ମିଳୁ ଓଡ଼ିଶା କୋଟା । କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ବିଜେଡି ସାଂସଦ ।
୧୨-ପୂର୍ବତଟ ରେଳବାଇର ଭଦ୍ରକ ଠାରେ ନୂତନ ରେଳ ଡିଭିଜନ କାର୍ଯ୍ୟାଳୟ ସ୍ଥାପନ ଓ ବିଭିନ୍ନ ରେଳଷ୍ଟେସନର ଉନ୍ନତି ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଠାରେ ଦାବି ରଖିଲେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ।
୧୩-ଟୋକିଓ ଅଲମ୍ପିକ: ଡିସ୍କସ୍ ଥ୍ରୋ’ ଇଭେଣ୍ଟରେ ଫାଇନାଲରେ ପ୍ରବେଶ କଲେ କମଲପ୍ରୀତ କୌର, ।
୧୪–ଟୋକିଓ ଅଲିମ୍ପିକ୍ସ: ସେମିରେ ହାରିଲେ ପି.ଭି.ସିନ୍ଧୁ। ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଚୀନ ତାଇପେ ପ୍ରତିଦ୍ବନ୍ଦୀଙ୍କଠାରୁ ହାରିଲେ।କାଂସ୍ୟ ପାଇଁ ଆଜି ଖେଳିବେ
୧୫–ଟୋକିଓ ଅଲିମ୍ପିକ୍ସର ୯ମ ଦିନରେ ପୁଣି ଚମକିଲା ଭାରତ। ଶନିବାର ମହିଳା ହକିରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି ଭାରତୀୟ ଦଳ। କଡ଼ା ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ।
୧୬–ରାଜନୀତିରୁ ସନ୍ୟାସ ଘୋଷଣା କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁଲ ସୁପ୍ରିୟ।
୧୭–ଭାରତ ପାଇଁ ତୈଳ ଓ ଗ୍ୟାସ କ୍ଷେତ୍ର ବିକାଶ କରିବାକୁ କେନ୍ଦ୍ର ସରକାର ପୁଞ୍ଜିନିବେଶକଙ୍କୁ ଆହ୍ୱାନ କରିଛନ୍ତି। ଶୁକ୍ରବାର ଦିନ ଡିଏସଏଫ ୩ ପର୍ଯ୍ୟାୟକୁ ଉନ୍ମୁକ୍ତ କରିଛନ୍ତି।
୧୮-ଆସାମ-ମିଜୋରାମ ସୀମା ବିବାଦ ଘଟଣା । ଆସାମ ସରକାରଙ୍କ ବିରୋଧରେ ଥାନାରେ ଏତଲା କଲେ ମିଜୋରାମ ସରକାର ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.