ସବୁଜ ସଂକେତକୁ ଅପେକ୍ଷା କରିଛି ନନ୍ଦନକାନନ

0 345

ବାରଙ୍ଗ,୧/୮(ଏସଏସନିୟୁଜ) କରୋନାର ଦ୍ୱିତୀୟ ଲହର କାରଣରୁ ଦୀର୍ଘ ୩ମାସ ବନ୍ଦ ରହିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଅଗଷ୍ଟ ପ୍ରଥମସପ୍ତାହରୁ ଖୋଲିବାକୁ ଯାଉଥିବାର ଜଣାପଡିଛି ।ତେବେ ଏଥିପାଇଁ ପୁର୍ବପ୍ରସ୍ତୁତି ମଧ୍ୟ ନନ୍ଦନକାନନ କରିଛି ।ନନ୍ଦନକାନନ ଖୋଲିଲେ କଣକଣ ଗାଇଡଲାଇନକୁ ପର୍ଯ୍ୟଟକମାନେ ମାନିବେ ତାହାମଧ୍ୟ ଆଲୋଚନା ମାଧ୍ୟମରେ ଏକପ୍ରକାର ନିଷ୍ପତି ହୋଇଛି । ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏନ୍‌କ୍ଲୋଜରକୁ ପର୍ଯ୍ୟଟକଙ୍କୁ ସ୍ପର୍ଶ ନକରିବା ,ଗେଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନି. ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଥଣ୍ଡା, କାଶ ହେଉଥିବା ପର୍ଯ୍ୟଟକଙ୍କ ପ୍ରବେଶ ବାରଣ ଆଦିନୀୟମ ପ୍ରଣୟନ ଉପରେ ତର୍ଜମା ମଧ୍ୟ ସରିଛି ।କେବଳ ଉଚ୍ଚପଦାଧିକାରୀମାନଙ୍କ ସବୁଜ ସଂକେତକୁ ଅପେକ୍ଷା କରିି ରହିଛି ନନ୍ଦନକାନନ । ତେବେ ରବିବାରଦିନ ନନ୍ଦନକାନନ ନିର୍ଦ୍ଦେଶକ ମନୋଜକୁମାରମହାପାତ୍ର ନନ୍ଦନକାନନ ପରିଭ୍ରମଣ କରିବା ସହ ବିଭିର୍ଣ ବିଷୟରେ ତର୍ଜମା କରିଫେରିଛନ୍ତି ।ସୋମବାରଦିନ ଏବିଷୟରେ ଏକ ଉଚ୍ଚପଦାଧିକାରୀମାନଙ୍କ ସହ ଜରୁରୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକର ନିର୍ଯାସ ସରକାରଙ୍କୁ ଅବଗତି କରାଯିବାପରେ ନନ୍ଦନକାନନ ଖୋଲିବାପାଇଁ ବିଦ୍ଧିବଧଭାବେ ସରକାରି ନିର୍ଦ୍ଦେଶନାମା ଜାରିହେବ ।ତେବେ ମଙ୍ଗଳବାରଦିନ ନନ୍ଦନକାନନ ଖୋଲିବାର ଏକପ୍ରକାର ସମ୍ଭାବନା ରହିଥିବାର ଜଣାପଡିଛି । (ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.