ବିବାହ ଉସ୍‌ବ ଥିଲା ଜୀବନର ଶେଷ ସମୟ

0 347

ଭୁବନେଶ୍ୱର,୨୨/୫(ଏସଏସନିଉଜ) ବିବାହ ଉସ୍‌ବରେ ଯୋଗ ଦେଇ ଫେରୁଥିଲେ ।କିଏ ଜାଣିଥିଲା ସେମାନ୮୍‌କ ଜୀବନ ଚାଲିଯିବ ଓ ଆଉ ଘରକୁ ଜିବିତ ଅବସ୍ଥାରେ ଯାଇପାରିବେନାହିଁ ।ଏହିଭଳି ଏକ ଦୁଃଖଦ ଦୁର୍ଘଟଣା ଆଜି ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗର ଦେଇ ପଡ଼ିଥିବା ‌ନୌଗଡ଼-ବାଂସି ରାସ୍ତା ପାର୍ଶ୍ବରେ ଘଟିଛି ।ରାସ୍ତା ପାର୍ଶ୍ବରେ ଥିବା ଟ୍ରେଲର୍ ଟ୍ରକ୍ ସହିତ ବୋଲେରୋ କାର୍ ଆସି ଧକ୍କା ଦେବାରୁ ୮ଜଣଙ୍କର ମୃତ୍ୟୁ ଘଟିଛି ଓ ୩ଜଣ ଆହତ ହୋଇଛନ୍ତି।୧୧ଜଣଙ୍କୁନେଇ ବୋଲୋରୋଟି ଫେରୁଥିବାବେଳେ ଚାଳକର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିଲା ।ଖବର ପାଇ ପୋଲିସ ସ୍ଥାନୀୟ ଗ୍ରାମବାସୀମାନଙ୍କ ସହାୟତାରେ ଲୋକମାନଙ୍କୁ ଆହତମାନଙ୍କୁ ଗୋରଖପୁର ଜିଲ୍ଲା ଡାକ୍ତରଖାନାକୁ ପଠାଇବା ସହ ଶବଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।ଦୁର୍ଘଟଣା ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋୁଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‌ଶୋକବ୍ୟକ୍ତ କରିବା ସହ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା କରାଇବା ଲାଗି ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

 

 

 

Leave A Reply

Your email address will not be published.