ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ!

ଖୋର୍ଦ୍ଧା ,୨୫ା୮(ଏସଏସନିଉଜ)ଖୋର୍ଦ୍ଧା ଟାଉନଥାନା ଅଞ୍ଚଳରେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି । ମୁକୁନ୍ଦପ୍ରସାଦ ନିକଟ ଚାଚରା ସାହି ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ପୂର୍ବ ଶତ୍ରୁତାରୁ ସେକ୍ ସାଜିଦ ନାମକ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।ଘଟଣାପରେ ଉତ୍ତ୍ୟକ୍ତ ଲୋକମାନେ ଗାଡ଼ି ମଟରଭଙ୍ଗାରୁଜା କରିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଆଜି ମଧ୍ୟାହ୍ନରେ ସାଜିଦ ଘରକୁ ଫେରୁଥିଲେ । ଏତିକିବେଳେ ଚାଚରା ସାହି ନିକଟରେ ଧାରୁଆ ମାରଣାସ୍ତ୍ରରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା ।ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

- Advertisement -

Leave A Reply

Your email address will not be published.