ଖୋର୍ଦ୍ଧା ରେଳଷ୍ଟେସନ୍ ନିକଟରୁ ଗଞେଇ ଜବତ

ଜଟଣୀ ,୨୫ା୮(ଏସଏସନିଉଜ)ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜଟଣୀଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତଥାନାର ଏକ ଟିମ ଖୋର୍ଦ୍ଧା ରେଳଷ୍ଟେସନ୍ ନିକଟରେ ଅତର୍କିତ ଚଢଉକରି ବେଆଇନ ଗଞ୍ଜେଇଚାଲାଣ ଅଭିଯୋଗରେ ଝାଡଖଣ୍ଡର ସେଖରୱାକରୟୁନସ ଓ ଏମଡି ଏକବାଲଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ସେମାନଙ୍କ ହେପାଜତରୁ ମୋଟ ୬.୯୭୫ କେଜି ଓଜନର ଗଞ୍ଜେଇ ଜବତ କରିଥିଲେ ।ପଚରାଉଚରାବେଳେ ସମସ୍ତେ ନିଜଦୋଷ ସ୍ଵୀକାର କରିଥିଲେ । ଏହିଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ଚାଲାଣ ଜନିତ ମାମଲା୩୩୮/୨୪ ରୁଜୁ କରିବା ସହିତ ଏହି୨ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି ।ଜନସାଧାରଣମାନେ ବେଆଇନ ନିଶାକାରବାରଜନିତ ସୂଚନା ପ୍ରଦାନ କରିବାନିମନ୍ତେ ଭୁବନେଶ୍ୱର ସହରାଞ୍ଚଳପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

- Advertisement -

Leave A Reply

Your email address will not be published.