ବିଧାୟକ ବାଂଟିଲେ କରୋନା ପରୀକ୍ଷା କିଟ

0 536

ବାରଙ୍ଗ,୧/୬(ଏସଏସନିୟୁଜ) :କୋରୋନା ମହାମାରୀ ଦ୍ୱିତୀୟ ଲହରୀର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଆଶାକର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ କୋରୋନା ମୁକାବିଲା ପାଇଁ ଅଗ୍ରାଧିକାର ଦେଇଛନ୍ତି।ଆଶା ଓ ଅଙ୍ଗନୱାଡ଼ି କର୍ମୀ ମାନେ ଗ୍ରାମାଞ୍ଚଳରେ ଘର କୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ କୋରୋନା ସର୍ବେକ୍ଷଣ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ଆଜି ବାରଙ୍ଗ-ବାଙ୍କୀ ବ୍ଲକ୍ ର ଯୁବ ବିଧାୟକ ଶ୍ରୀଯୁକ୍ତ ଦେବୀରଞ୍ଜନ ତ୍ରିପାଠୀଙ୍କ ଦ୍ଵାରା ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅଙ୍ଗନୱାଡ଼ି ଓ ଆଶା କର୍ମୀ ମାନଙ୍କୁ କୋଭିଡ୍ କୀଟ ପ୍ରଦାନ କରାଯାଇଛି।ଏଥିରେ ୬୪ ଜଣ ଅଙ୍ଗନୱାଡ଼ି କର୍ମୀ ଏବଂ ୪୬ ଜଣ ଆଶାକର୍ମୀ ଙ୍କୁ କୋଭିଡ୍ କୀଟ ପ୍ରଦାନ କରାଯାଇଛି।ଏହି କାର‌୍ୟ୍ୟକ୍ରମରେ ଯୁବ ବିଧାୟକଙ୍କ ସମେତ ବାରଙ୍ଗ ବିଡ଼ିଓ ପ୍ରଭାକର ପଣ୍ଡା,ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ମିନାକ୍ଷୀ ମାରାଣ୍ଡି, ବ୍ଲକ୍ ସାମାଜିକ ସୁରକ୍ଷା ବିଭାଗର କାର‌୍ୟ୍ୟକ୍ରମ ସହାୟକ ଶାରଦା ପ୍ରସନ୍ନ ଦାସ,ସ୍ବାସ୍ଥ୍ୟକର୍ମୀ ସୁଭ୍ୟାରବିନ୍ଦ ଦାସ,ବନମାଳୀ ରାଉଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.