ବିଧାୟକଙ୍କ ପାଖକୁ ମିଳିଲା ୧୬ କୋଟି !

ଭୁବନେଶ୍ୱର,୧୩ା୧(ଏସଏସନିଉଜ) ମମତା ବାନାର୍ଜୀଙ୍କ ଟିଏମସିରୁ ଜାଙ୍ଗିପୁର ବିଧାୟକ ହୋଇଥିବା ଜାକିର ହୁସେନଙ୍କ ଘର ଓ ଫ୍ୟାକ୍ଟ୍ରୀରୁ ଆୟକରବିଭାଗ ନଗଦ ୧୬ କୋଟିଟଙ୍କା ଜବତ କରିଛି । ହୁସେନ ବିଡି କମ୍ପାନୀ ମାଲିକ ଭାବେ ପରିଚିତ ବିଧାୟକ ତାଙ୍କର ମୁର୍ଶିଦାବାଦର ସୁତିରେ ଆୟକର ବିଭାଗର ଏକାଧିକ ଟିମ ରେଡ୍‌ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଆୟକରବିଭାଗର ୨୪ଜଣଅଧିକାରୀ ହୁସେନଙ୍କ ଘରୁ ପ୍ରଥମେ ନଗଦ ୧ କୋଟି ,ଚାଉଳ ଓ ମଇଦା ମିଲ୍‌ରୁ ଆଉ ୧୦ କୋଟି ଟଙ୍କା ମିଳିଥିଲା। ସେହିପରି ତାଙ୍କର ୨ ବିଡି ତିଆରି କମ୍ପାନୀରୁ ନଗଦ ୫.୫ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛିା

 

- Advertisement -

Leave A Reply

Your email address will not be published.