ଭୁବନେଶ୍ୱର,୧୩ା୧(ଏସଏସନିଉଜ) ଟ୍ୱିନସିଟିରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ କୁହୁଡ଼ିର ପ୍ରଭାବ ରହିଥିବାର ଜଣାପଡିଛି ।ଯାହାଫଳରେ ୨୦ରୁ ୩୦ ମିଟର ଦୂରକୁ ଦେଖିବା କଷ୍ଟକର ହୋଇପଡିଛି ।ଯାତାୟାତ ଓ ଗାଡ଼ି ଚଳାଚଳ ନେଇ ସମସ୍ୟା ଦେଖାଦେଇଛି ।ଏହାସହ ଦୁଇ ଦିନ ଯାଏଁ ଘନ କୁହୁଡ଼ି ହେବାନେଇ୬ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗର ।
