ବିଧବାମହିଳାଙ୍କୁ ହତ୍ୟାକଲା କିଏ?

0 56

 

ବାରଙ୍ଗ,୧୧।୩ (ଏସଏସନିଉଜ)ରବିବାର ବିଳମ୍ଭିତରାତିରେ ଗୋଡିସାହିଫାଣ୍ଡି ଅଧିନସ୍ଥ ବାରଶିଙ୍ଗା ଗ୍ରାମରେ ଜଣେ ମହିଳାଙ୍କୁ ଦୁର୍ବୁତମାନେ ବିଭସ୍‌ଭାବେ ହତ୍ୟା କରିଛନ୍ତି ।ଘରପାଖରେ ଥିବା ଗୁହାଳଘର ନିକଟରେ ଅର୍ଦ୍ଧଲଗ୍ନଅବସ୍ଥାରେ ମୃତଦେହଟି ପଡିଥିବାବେଳେ ପାଖରେ ରକ୍ତଲଗା କାଠଫାଳିଆ, ମାଙ୍ଗଡାପଥର ଓ ଆର୍ଜବେଷ୍ଟରେ ରକ୍ତଛିଟା ଲାଗିଥିବାର ଦେଖିବାକୁ ମିଳିଥିଲା । ସୋମବାରସକାଳୁ ଏହା ଜଣାପଡିବାପରେ ଦେଖଣାହାରୀଙ୍କ ଭୀଡ ଲାଗିରହିଥିଲା ।ଖବରପାଇ ବାରଙ୍ଗଥାନା ଓ ଗୋଡିସାହି ପୋଲିସ ସାଇଂଟିଫିକଦଳ ସହିତ ସନ୍ଧାନୀକୁକୁର ନେଇ ତଦନ୍ତଆରମ୍ଭ କରିଥିଲେ ମଧ୍ୟ ହତ୍ୟାର ପକୃତ କାରଣ ଜାଣିପାରିନଥିବାର ଜଣାପଡିଛି ।
ପ୍ରକାସ ଯେ, ବାରସିଙ୍ଗା ଗ୍ରାମର ବିଧବାମହିଳା ଉର୍ମିଳା ବିଶ୍ୱାଳ(୫୧) ଓ ଅକର୍ମଣ୍ୟ ଶଶୁର ଅନନ୍ତ କୁମାର ବିଶ୍ଵାଳ(୯୦) ଙ୍କ ସହ ଘରେ ରହିଥିଲେ ।ଏକମାତ୍ର ପୁଅ ଆଠଗଡ ଅଂଚଳରେ ଏକ କମ୍ପାନୀରେ ରାତିରେ କାର‌୍ୟ୍ୟ କରିବାକୁ ଯାଇଥିବା ବେଳେ ବୋହୁ କିଛି ଦିନ ହେବ ବାପଘରେ ଛୋଟପିଲାକୁ ଧରି ରହୁଥିଲେ ।ସୋମବାର ସକାଳେ ପୁଅ ପାର୍ଥ କାମସାରି ଘରକୁଫେରିବାପରେ ମାଆଙ୍କ ଅର୍ଦ୍ଧଲଗ୍ନ ମୃତଦେହ ଘରପାଖ ଗୁହାଳ ନିକଟରେ ପଡିଥିବାର ଦେଖିବାକୁପାଇଥିଲେ ।ମୃତଦେହ ପାଖରେଥିବା ରକ୍ତଲଗା କାଠଫାଳିଆ, ମାଙ୍ଗଡାପଥର ଓ ଆର୍ଜବେଷ୍ଟରେ ରକ୍ତଛିଟାକୁଦେଖି କେହି ତାଙ୍‌କୁ ଘରୁଡାକି ବାହାରକୁଆଣି ପଥରରେ ଛେଚି ହତ୍ୟା କରିଥିବାର ସେ ଅଭିଯୋଗ କରିଛନ୍ତି ।ପୋଲିସ ଅଭିଯୋଗପାଇବାପରେ ୧୨୦/୨୪କେଶନଂରେ ଏକ ହତ୍ୟାମାମଲା ରୁଜୁକରି ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇଛି ।ପୋଲିସ ସାଇଂଟିଫିକଦଳ ସହିତ ସନ୍ଧାନୀକୁକୁର ନେଇ ତଦନ୍ତଆରମ୍ଭ କରିବାସହ ଘଟଣାସ୍ଥଳରୁ ରକ୍ତନମୁନା ଓ ରକ୍ତଲଗା କାଠଫାଳିଆ, ମାଙ୍ଗଡାପଥରକୁ ଜବତକରିଛି । ପାରିପାଶ୍ୱର୍ିକ ପରିସ୍ଥିତରୁି ଏହା ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରୁଥିବାବେଳେ ବ୍ୟବଛେଦ ରିପୋର୍ଟଆସିଲେ ମୃତ୍ୟୁର ପକୃତକାରଣ ଜଣାପଡିବ ବୋଲି ପୋଲିସ କହିଛି ।ତେବେ ପୁର୍ବଶତ୍ରୁତା ନା ଉର୍ମିଳାଙ୍କୁ ହତ୍ୟା କରିବାର ଆଉ କିଛି କାରଣ ଅଛି ତାହାକୁନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।ଗତକିଛିଦିନ ତଳେ ପାର୍ଥ ସହ ନିକଟସ୍ଥ ନୁଆସହି ଗ୍ରାମର କିଛିପିଲାଙ୍କ ସହ ପାଟିତୁଣ୍ଡ ହୋଇଥିଲା ।ହତ୍ୟାକାଣ୍ଡ ସହ ଏହି ଘଟଣାର ସମ୍ପୃକ୍ତିଥାଇପାରେ ବୋଲି ଚର୍ଚ୍ଚା ଯୋର ଧରିଛି ।

Leave A Reply

Your email address will not be published.