କୁକୁର ମୁହଁରୁ ଉଦ୍ଧାର ହେଲା ହରିଣ

0 50

ବାରଙ୍ଗ,୧୧।୩ (ଏସଏସନିଉଜ) ସୀତାରାମ ବଜାର ନିକଟସ୍ଥ ଲେବର କଲୋନୀରୁ ସୋମବାର ସକାଳୁ ସ୍ଥାନୀୟ ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି ।ସୋମବାର ସକାଳ ପ୍ରାୟ ୬ଟା ସୁଧା ଏକ ହରିଣଟି ଖାଦ୍ୟ ଅନ୍ୱେଷଣରେ ନନ୍ଦନକାନନ ଜଙ୍ଗଲପଟୁ ଜନବସତି ଅଭିମୁଖେ ଚାଲି ଆସିଥିଲା। କିଛି ବୁଲା କୁକୁର ହରିଣଟିକୁ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ।ହରିଣଟି ଗୁରୁତର ଆହତ ଅବସ୍ଥାରେ ଲେବର କଲୋନୀ ଭିତରକୁ ପଶିଆସିଥିଲା।ଏହାପରେ ସ୍ଥାନୀୟ ଲୋକମାନେ ହରିଣଟିକୁ ବୁଲା କୁକୁରଙ୍କଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚନ୍ଦକା ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗର କର୍ମଚାରୀ ମାନେ ଆସି ଗୁରୁତର ଆହତ ହୋଇଥିବା ହରିଣଟିକୁ ଉଦ୍ଧାର କରି ଚିକିତ୍ସା କରାଇବା ପାଇଁ ନେଇଯାଇଥିଲେ ।

Leave A Reply

Your email address will not be published.