ବିଜେପିକର୍ମୀଙ୍କ ଉପରେ ଚଢ଼ିଗଲା ଚିଲିକା ବିଧାୟକଙ୍କ ଗାଡ଼ି

0 269

ବାଣପୁର,୧୨/୩(ଏସଏସନିଉଜ) ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ିଯିବା ଘଟଣାର ପ୍ରତିବାଦରେ ଲୋକାମାନେ ଉତ୍ୟକ୍ତ ହୋଇ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ଆକ୍ରମଣ କରିଥିଲେ । ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡ଼ି ଚଳାଇ ଯାଉଥିଲେ ଓ ତାଙ୍କ ଗାଡ଼ି ୩ ବିଜେପି କର୍ମୀଙ୍କ ଉପରେ ଚଢ଼ିଯାଇଥିଲା। ଏଥିରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଲୋକଙ୍କ ଆକ୍ରମଣରେ ଚିଲିକା ବିଧାୟକ ମଧ୍ୟ ଆହତ ହୋଇ ପ୍ରଥମେ ଟାଙ୍ଗି ଓ ପରେ ଭୁବନେଶ୍ୱର ପଠାଯାଇଛି । ଅନ୍ୟପଟେ ବିଧାୟକଙ୍କ ଗାଡ଼ି ମଡ଼ାଇଦେବାରୁ ୨୭ ଜଣ ଆହତ ହୋଇଥିବା ବାଲୁଗାଁ ଏସଡିପିଓ ସୂଚନା ଦେଇଛନ୍ତି । ଭିଡ଼ ମଧ୍ୟରେ ଗାଡ଼ି ମଡ଼ାଇ ଦେଲେ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ୯ ଜଣ ପୋଲିସ କର୍ମଚାରୀ ,୧୫ ଜଣ ବିଜେପି କର୍ମୀ ଓ ଜଣେ ବିଜେଡି କର୍ମ. ୨ ଜଣ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି ।

 

Leave A Reply

Your email address will not be published.