ବିମାନବନ୍ଦରରେ ଓହ୍ଲାଇଲେ ଆରଟିପିସିଆର୍ ବାଧ୍ୟତାମୂଳକ

0 172

ଭୁବନେଶ୍ୱର, ୧୭/୫(ଏସଏସନିୟୁଜ) ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀ ଓହ୍ଲାଇଲେ ଆରଟିପିସିଆର୍ ଟେଷ୍ଟ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି । ବିଏମସି ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଦୁଇଟି ଟିମ ବିମାନବନ୍ଦରରେ ନିୟୋଜିତ ରହି ଯାତ୍ରୀମାନଙ୍କୁ ନଜରରେ ରଖୁଛନ୍ତି । କରୋନା ସଂକ୍ରମଣ ବ୍ୟାପିବା ଓ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଏମସି କୋଭିଡ ଗାଇଡଲାଇନ ନିର୍ଦ୍ଦେଶାବଳୀରେ ସଂଶୋଧନ କରିଛି । ପୂର୍ବରୁ ବିମାନ ବନ୍ଦରରୁ ବାହାରକୁ ଯାଉଥିବା ଯାତ୍ରୀଙ୍କ ପାଇଁ ବିଏମସି କୋଭିଡ-୧୯ ରିପୋର୍ଟ ନେଗେଟିଭ ବାଧ୍ୟତାମୂଳକ କରିଥିବାବେଳେ ଏବେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରିଛି ବିଏମ୍ ସି । ଦରକାର ପଡିଲେ ଯାତ୍ରୀମାନଙ୍କର ସବିଶେଷ ଠିକଣା ମଧ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.