ସରକାର ଆମ୍ବୁଲାନ୍ସ ପାଇଁ ଦର ଧାର୍ଯ୍ୟ କଲେ

0 174

ଭୁବନେଶ୍ୱର ୧୭/୫(ଏସଏସନିୟୁଜ) ଘରୋଇ ଆମ୍ବୁଲାନ୍ସ ପାଇଁ ସରକାରଙ୍କ ପକ୍ଷରୁ ଭଡ଼ା ନିର୍ଦ୍ଧାରଣ କରାଯାଇଛି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କେବଳ ଘରୋଇ ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କରାଯାଇଥିବା ଜଣା ପଡିଛି । ରୋଗୀ ପରିବହନ ପାଇଁ ମାରୁତି ଓମିନି ଆମ୍ବୁଲାନ୍ସ ଭଡ଼ା ୧୦ କିମି ମଧ୍ୟରେ ୭୫୦ଟଙ୍କା ଧାର୍ଯ୍ୟ କରାଯାଇଛି । ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଭଡ଼ା ଦେବାକୁ ପଡିବ ।ପ୍ରଥମ ୧୦ କିମି ପରେ ସାଧାରଣ ଆମ୍ବୁଲାନ୍ସ କିମି ପିଛା ଅତିରିକ୍ତ ୩୦ ଟଙ୍କା ଲେଖାଏ ଦେବାକୁ ହେବ । ବୋଲେରୋ ଭଳି ମଧ୍ୟବର୍ଗର ଆମ୍ବୁଲାନ୍ସ ୧୦ କିଲୋମିଟର ଭିତରେ ୧୦୦୦ ଟଙ୍କା ନେବେ, ।ଲାଇଫ୍ ସପୋର୍ଟ ବ୍ୟବସ୍ଥା ଥିଲେ ୧୫୦୦ ଟଙ୍କା ନେବେ । ସେହିଭଳି ମଧ୍ୟବର୍ଗର ଆମ୍ବୁଲାନ୍ସ ପାଇଁ ୧୦ କିମି ପରେ କିମି ପିଛା ଅତିରିକ୍ତ ୫୦ ଟଙ୍କା ଦେବାକୁ ହେବ ।ୱିଙ୍ଗର ଭଳି ବଡ଼ ଆମ୍ବୁଲାନ୍ସ ୧୦ କିମିକୁ ୧୨୫୦ ଟଙ୍କା ଓ ଲାଇଫ ସପୋର୍ଟ ବ୍ୟବସ୍ଥା ଥିଲେ ୨୦୦୦ ଦେବାକୁ ହେବ । ବଡ଼ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିମିକୁ ୩ ହଜାର ଟଙ୍କା ଓ ୧୦ କିମି ପରେ କିମି ପିଛା ଅତିରିକ୍ତ ଦେୟ ୫୦ ଟଙ୍କା ଦେବାକୁ ହେବ ।ଏବେ ମନଇଛା ଭଡା ନେବାତ ଦୁରର କଥା ଅଧିକ ଟଙ୍କା ଦାବି କଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

Leave A Reply

Your email address will not be published.