ବିନାଏସକଟ୍ ରେ ମହିଳାଙ୍କ ଦୂରଯାତ୍ରା ମନା

ଆଜିର ଖବର,ତାରିଖ–27-12-2021 (ସୋମବାର)

0 617

୧. ଓମିକ୍ରନ ଭୟ ମଧ୍ୟରେ ଆଶ୍ୱସ୍ତି: ରୋଗୀଙ୍କୁ ଦରକାର ପଡ଼ୁନାହିଁ ଅକ୍ସିଜେନ-ଡା. ସୁରେଶ କୁମାର ।
୨. ସନ୍ନି ଲିଓନୀଙ୍କ ବିବାଦୀୟ ‘ମଧୁବନ ମେ ରାଧିକା ନାଚେ’: ୩ ଦିନ ମଧ୍ୟରେ ଗୀତ ବଦଳାଇବା ସାରେଗାମା ।
୩. ଘନ କୁହୁଡ଼ି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ଜାରି ହୋଇଛି ଏହି ୱାର୍ଣ୍ଣିଂ ।
୪. ମହାରାଷ୍ଟ୍ରରେ ଓମିକ୍ରନ୍‌ ବିସ୍ଫୋରଣ, ଦିନକରେ ସର୍ବାଧିକ ୩୧ ଆକ୍ରାନ୍ତ ଚିହ୍ନଟ ।
୫. ନର୍ଥଇଷ୍ଟରୁ ହଟିବ AFSPA: ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ବୈଠକ ।
୬. ଆଖି ଉଠାଇ ଦେଖିପାରିବେନି ଶତ୍ରୁ ଦେଶ: ବ୍ରହ୍ମୋସ ମିସାଇଲ ୟୁନିଟ୍ ଉଦଘାଟନରେ ରକ୍ଷାମନ୍ତ୍ରୀଙ୍କ ଚେତାବନୀ ।
୭. ଦକ୍ଷିଣଆଫ୍ରିକାରେ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ । ପ୍ରଥମ ପାଳିରେ ହାସଲ କଲେ ଦମଦାର ଶତକ । ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ରାହୁଲ୍ ୨୪୮ଟି ବଲ୍ ଖେଳି ୧୬ଟି ଚୌକା ଓ ଗୋଟିଏ ଛକା ସହ ଟେଷ୍ଟ ମ୍ୟାଚରେ ନିଜର ସପ୍ତମ ଶତକ ହାସଲ କରିଛନ୍ତି ।
୮. ଭୟ ବଢ଼ାଉଛି ଓମିକ୍ରନ । କାଲିଠୁ ଦିଲ୍ଲୀରେ ଲାଗୁ ହେବ ନାଇଟ କର୍ଫ୍ୟୁ କଟକଣା । ସେହି ଅନୁସାରେ ଆସନ୍ତାକାଲିଠାରୁ ରାତି 11 ଟାରୁ ସକାଳ 5ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁ ହେବ ।
୯. ସରକାରଙ୍କ ନିଷ୍ପତ୍ତି ‘ଅବୈଜ୍ଞାନିକ’:କିଶୋରଙ୍କୁ ଟିକା ଦେବା ନେଇ ସରକାରଙ୍କ ଘୋଷଣା ଏକ ‘ଅବୈଜ୍ଞାନିକ’ ନିଷ୍ପତ୍ତି। ଏହା କହିଛନ୍ତି ଏମ୍ସର ଜଣେ ସିନିୟର ଏପିଡୋମିଲୋଜିଷ୍ଟ ଡ. ସଞ୍ଜୟ କେ ରାଇ ।
୧୦. ତେଲେଙ୍ଗାନାରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏଯାଏଁ ତେଲେଙ୍ଗାନାରେ ୪୧ ଜଣ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେଲେଣି । ସେମାନଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।

୧୧. କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ, ବୁଷ୍ଟର ଡୋଜ ମଧ୍ୟରେ ରହିବ ୯-୧୨ ମାସର ବ୍ୟବଧାନ! ।
୧୨. ମହିଳାଙ୍କୁ ନେଇ ପୁଣି ଏକ କଳା ନିୟମ ଆଣିଛି ଆଫଗାନର ତାଲିବାନ ସରକାର । ସାଙ୍ଗରେ  କେହି ସମ୍ପର୍କୀୟ ପୁରୁଷ ଏସକଟ୍ ନଥିଲେ ମହିଳାଙ୍କୁ ଦୂର ଯାତ୍ରା ପାଇଁ ବାରଣ କରାଯାଇଛି ।
୧୩. ଜୁନାଗଡ ଆରଏମସି ଗୋଦାମରେ ନିଆଁ ଲାଗି ଅନ୍ୟୁନ ୪୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ।
୧୪. ମାସ୍କ ପିନ୍ଧିବାକୁ ନେଇ ବିଶେଷଜ୍ଞଙ୍କ ପରାମର୍ଶ । କପଡ଼ା ମାସ୍କ ସଂକ୍ରମଣ ରୋକିବାରେ ହୋଇପାରେ ବିଫଳ । ଏନ-୯୫ କିମ୍ବା କେଏନ-୯୫ ମାସ୍କ ସବୁଠୁ ଭଲ ।
୧୫. ଓଡିଶାରେ ଆଗାମୀ ୫ ବର୍ଷରେ ଗରିବୀ ୧୦ ପ୍ରତିଶତ ହ୍ରାସ କରିବୁ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି ।
୧୬. ପୁଣି ପୁଲୱାମାରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ ।
୧୭. ଦୂର ହେବ ଲୋ ଭୋଲଟେଜ୍ ସମସ୍ୟା : ପ୍ରାୟ ୨ ହଜାର କୋଟି ଖର୍ଚ୍ଚ କରିବେ ସରକାର ।
🌷ଶୁଭ ସକାଳ ,GOOD MORNING ➡️କରୋନା ଯୁଦ୍ଧରେ ଗୋଟିଏ ନୀତି, ନିୟମ ଭାଙ୍ଗିଲେ ଆସେ ବିପତ୍ତି, ନୀୟମକୁ ମାନି ଚଳିବା, କରୋନା ଯୁଦ୍ଧରେ ଜିଣିବା- ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ।

Leave A Reply

Your email address will not be published.