ଆଜିର ଅନୁଚିନ୍ତା

ତାରିଖ–୨୭-୧୨-୨୦୨୧(ସୋମବାର)

0 582

🍁ମଣିଷ ଶରୀରର ସବୁଠାରୁ ସୁନ୍ଦର ଅଂଶ ହେଲା ତା ମନ,ଯଦି ମନ ସଫା ନଥିବ ତେବେ ଚମକୁଥିବା ଚେହେରାର କୌଣସି ମୂଲ୍ୟ ନଥାଏ ।
🍁ସ୍ବର୍ଗରେ ସବୁ କିଛି ଅଛି କିନ୍ତୁ ମୃତ୍ୟୁ ନାହିଁ,ଗୀତାରେ ସବୁକିଛି ଅଛି କିନ୍ତୁ ମିଛ ନାହିଁ,ଦୁନିଆରେ ସବୁ କିଛି ଅଛି କିନ୍ତୁ କାହାରିକୁ ଶାନ୍ତି ନାହିଁ,ଆଜିର ମଣିଷ ପାଖରେ ସବୁ କିଛି ଅଛି କିନ୍ତୁ ଧୋର୍ଯ୍ଯ ନାହିଁ ।
🍁ଆଜି ଶରୀରରେ ଜୀବନ ଅଛି ତ ଲୋକେ ଦେଖନ୍ତି ନାହିଁ,ଯେବେ ଆତ୍ମା ବାହାରି ଯିବ ତ କୋକେଇରୁ ଚାଦର ଉଠେଇ କି ଦେଖିବେ
🍁ସମସ୍ତଙ୍କୁ ସମୟ ମିଳିଥାଏ ଜୀବନ ବଦଳାଇବାକୁ ହେଲେ କାହାକୁ ଜୀବନ ମିଳେନାହିଁ ସମୟ ବଦଳେଇବାକୁ ।
🍁ଗୁଣ ନଥିଲେ ରୁପ ବ୍ଯର୍ଥ ।ବିନମ୍ରତା ନଥିଲେ ବିଦ୍ଯା ବ୍ଯର୍ଥ ।ଉପଯୋଗ ନହେଲେ ଧନ ବ୍ଯର୍ଥ ।ସାହସ ନଥିଲେ ଅସ୍ତ୍ରଶସ୍ତ୍ର ବ୍ଯର୍ଥ ।ପରୋପକାର ନକଲେ ଜୀବନ ବ୍ଯର୍ଥ ।
🍁ଯେଉଁ ବ୍ୟକ୍ତି ଶରୀରରେ ଦୁର୍ବଳ କିନ୍ତୁ ମନ ଶାନ୍ତିରେ ଶକ୍ତିଶାଳୀ ଥାଏ ତାକୁ ଦୁନିଆର କୋଉ ବଳ ହରାଇ ନଥାଏ ।
🍁ଭାଙ୍ଗି ଯାଇଥିବା “ବିଶ୍ବାସ” — ଆଉ ହରେଇ ଥିବା “ସମୟ” କେବେ ବି ଫେରି ଆସେନାହିଁ —।
🍁ଜୀବନରେ ଏମିତି କୌଣସି ଗୋଟିଏ ସମସ୍ୟା ନାହିଁ କି ଯାହାର ସମାଧାନ ନାହିଁ — ଧୋର୍ଯ୍ଯ ଧରି ରୁହ ଆଉ ନିଜର ଭାବନାକୁ ବଦଳେଇ ଦିଅ ସମାଧାନର ବାଟ ଆପେ ଆପେ ମିଳିଯିବ ।
ଓଁ ନମଃ ଶିବାୟ, ଶୁଭ ସକାଳ, ଆଜି ସୋମବାର ପ୍ରଭୁ ଦେବ ଦେବ ମହାଦେବଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା।

Leave A Reply

Your email address will not be published.