ବିନା ପରୀକ୍ଷାରେ ରେଜଲ୍ଟ

ଖବର ଆଜିର,ତାରିଖ ୧୮-୦୬-୨୦୨୧/ ଶୁକ୍ରବାର

0 211

୧-ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା : ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ ।
୨-ବିନା ପରୀକ୍ଷାରେ ରେଜଲ୍ଟ ବାହାର କରିବା ପାଇଁ ବାହାରିଲା ସୂତ୍ର । ୩୧ ଜୁଲାଇ ସୁଦ୍ଧା ବାହାରିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଦଶମ-ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ମାର୍କ ଆଧାରରେ ହେବ ମୂଲ୍ୟାୟନ ।ଜୁଲାଇ ୨୦ ମଧ୍ୟରେ ଦଶମ ।
୩-ବିଶ୍ବରେ କରୋନା ମୃତ୍ୟୁସଂଖ୍ୟାକୁ ନେଇ ପ୍ରଶ୍ନବାଚୀ : ୩୦ ଲକ୍ଷ ନୁହେଁ ବର୍ତ୍ତମାନ ସୁଦ୍ଧା ୭୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ନେଇଛି କରୋନା ! ଦି ଇକୋନୋମିଷ୍ଟ ମାଗାଜିନର ଦାବି ।
୪-ରାଜଧାନୀର ପ୍ରତୀକ ଘୋଡାକୁ ଉଠାଇ ନେବା ପାଇଁ ନିଷ୍ପତି ପରେ ତେଜିଲା ବିରୋଧ । କଂଗ୍ରେସ ଓ ବିଜେପିର ତୀବ୍ର ବିରୋଧ । କହିଲେ, କୌଣସି ପରିସ୍ଥିତିରେ ଉଠାଇ ଦେବେନି ଘୋଡା ।
୫-ଶ୍ରୀଲଙ୍କା ଉପକୂଳରେ ବୁଡିଲା ନିଆଁ ଲାଗି ଜଳି ଯାଇଥିବା କାର୍ଗୋ ଜାହାଜ, ଚିନ୍ତାରେ ପରିବେଶ ବିଦ୍ ।
୬-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ୨ ଡୋଜ ଟିକା ନେଇଥିବା ସବୁ କର୍ମଚାରୀ ଆସିପାରିବେ ଅଫିସ୍ ।
୭-ବିଶ୍ବ ବ୍ୟାଙ୍କ-ଏନଏଚଆଇଆଇପିର ସଂଶୋଧିତ ଆବଣ୍ଟନରେ ଓଡିଶାକୁ ୫୬.୯୬ କୋଟି ଟଙ୍କା ।
୮-ମହାରାଷ୍ଟ୍ରର ରାଜ୍ୟ ଟାସ୍କଫୋର୍ସର ରିପୋର୍ଟ । ୨ରୁ ୪ ସପ୍ତାହ ଭିତରେ ମହାରାଷ୍ଟ୍ର କିମ୍ବା ମୁମ୍ବାଇରେ ପହଂଚିଯାଇ ପାରେ ତୃତୀୟ ଲହର ।
୯-୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଜୁଲାଇରେ ନୋଭାଭାକ୍ସର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିବ ସେରମ ଇନଷ୍ଟିଚ୍ୟୁଟ୍ ।
୧୦-ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍‌ ବୋର୍ଡ ଗଠନ, ଷ୍ଟାଫ୍ ସିଲେକସନ୍‌ କମିସନ୍‌ ହାତରୁ ଦାୟିତ୍ବ ଗଲା
୧୧-ନଗଦ ଜମା ଅନୁପାତ ଚିନ୍ତାଜନକ: ପଶ୍ଚିମବଙ୍ଗ, ଆନ୍ଧ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଠାରୁ ଓଡ଼ିଶା ପଛ‌ରେ ।
୧୨-ମହାରାଷ୍ଟ୍ର ମେଂଟରେ ଫାଟ ବଢ଼ୁଛି । ଶିବସେନା ଓ କଂଗ୍ରେସ ମଧ୍ୟରେ ଦୂରତା ବଢ଼ୁଛି । ସଂଜୟ ରାଉତଙ୍କ ବୟାନ । ଭବିଷ୍ୟତରେ ଶିବସେନା ଓ ଏନସିପି ଏକାଠି ହୋଇ ନିଷ୍ପତି ନେବେ ।
୧୩-‘ସରକାର-ଟ୍ୱିଟର’ ୱାର୍‌; କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସ୍ପଷ୍ଟିକରଣ, କହିଲେ ନିୟମ ମାନିବାକୁ ବାଧ୍ୟ ।
୧୪-କୃଷକ ଆନ୍ଦୋଳନ : ଜୁନ ୨୬ ତାରିଖରେ ଦେଶର ସମସ୍ତ ରାଜଭବନ ଘେରିବେ ଚାଷୀ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲେ ରାକେଶ ଟିକାୟତ ।
୧୫-କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଆସିଲା ଆଶ୍ୱସ୍ତିକର ଖବର । ତୃତୀୟ ଲହରରେ ଅଧିକ ପ୍ରଭାବିତ ହେବେ ନାହିଁ ଶିଶୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଏମ୍ସର ସର୍ଭେ ।
୧୬–ଆଇଏଫ୍‌ଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ, ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ଦେଲେ ହାଇକୋର୍ଟ, ୨ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.