ଆଜିର ଅନୁଚିନ୍ତା

ତାରିଖ : ୧୮/୦୬/୨୦୨୧,ଶୁକ୍ରବାର

0 274

➡️”ଯଦି ଦୁନିଆରେ କିଛି କଠିନ କାମ ଥାଏ ତାହା ହେଉଛି ନିଜେ ନିଜକୁ ଖୁସି ରଖିବା , ସେଥିପାଇଁ ଆପଣଙ୍କୁ ଯେତେବେଳେ ବି ଖୁସିର ମଉକା ମିଳୁଛି ତାକୁ ଅଣଦେଖା କରନ୍ତୁ ନାହିଁ
➡️”ଦୁନିଆ ଆଜି ଏମିତି ସ୍ଥିତିରେ ଅଛି ଯେ ଏଠି ସବୁବେଳେ ଚୁପ୍ ରହିଯିବା ଠିକ୍ , କାହିଁକିନା ଲୋକେ ଆମ ଶବ୍ଦ ଗୁଡିକର ଭୁଲ୍ ଅର୍ଥ ବାହାର କରିବାରେ ବ୍ୟସ୍ତ ଅଛନ୍ତି !
➡️”ଯେମିତି କଲମ ଯେତେ ଦାମୀ ହେଉ ପଛେ ଯଦି କାଳି ନାହିଁ ସେ ମୂଲ୍ୟହୀନ , ସେମିତି ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି ଯଦି ସଂସ୍କାର ଆଉ ଉତ୍ତମ ବ୍ୟବହାର ନାହିଁ ସେ ଶିକ୍ଷା ବି ମୂଲ୍ୟ ହୀନ !
➡️”ପ୍ରକୃତ ସମ୍ପର୍କ ଗୋଟିଏ ସୁନ୍ଦର ପୁସ୍ତକ ଭଳି ହୋଇଥାଏ , ଯେତେ ବି ପୁରୁଣା ହେଲେ ମଧ୍ୟ ତାହାର ଗୋଟିଏ ବି ଶବ୍ଦ ବଦଳି ନ ଥାଏ !
➡️”ସବୁକିଛି ଆମ କର୍ମ ଉପରେ ନିର୍ଭର କରେ ତେଣୁ ସର୍ବଦା ନିଜର କର୍ମ ଉପରେ ଦୃଢ଼ ବିଶ୍ବାସ ରଖନ୍ତୁ , କାହା କଥାକୁ ଭୃକ୍ଷେପ ନକରି ସମାଜ ମଙ୍ଗଳ ପାଇଁ କର୍ମ କରିଚାଲନ୍ତୁ ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି କର୍ମ ହିଁ ଭଗବାନ !
➡️”କେବେ ଥରେ ନିଜର କଥା କହିବାର ଶୈଳୀକୁ ବଦଳାଇ ତ ଦେଖ , କିଏ ତୁମକୁ କେତେ ନିଜର ବୋଲି ଭାବେ ଆପେ ଆପେ ଜାଣି ପାରିବ !
-ଜ୍ଞାନ ମାର୍ଗ-
?ସୁନ୍ଦର ମୁଖ ବି ବୃଦ୍ଧାବସ୍ଥା କୁ ପ୍ରାପ୍ତ ହୋଇ ତେଜହୀନ ହୋଇଯାଏ , ବଳବାନ୍ ଶରୀର ମଧ୍ୟ ସମୟକ୍ରମେ ବଳହୀନ ହୋଇଯାଏ, ପଦ ଓ ପ୍ରତିଷ୍ଠା ମଧ୍ୟ ଗୋଟିଏ ଦିନ ଶେଷ ହୋଇଯାଏ କିନ୍ତୁ ଗୋଟିଏ ଭଲ ମନୁଷ୍ୟ ସବୁବେଳେ ଭଲ ରହିଥାଏ ଏପରିକି ମୃତ୍ଯୁ ଉପରାନ୍ତ ତା ଭଲପଣିଆ ଜନ ମାନସରେ ଜୀବିତ ରୁହେ।
?ସଜ୍ଜନ ପୁରୁଷର ସଙ୍ଗ ସେହି ଆଖୁ ପରି ଯାହାକୁ ତୁମେ ଭାଙ୍ଗିଦିଅ କି କାଟ, ମୋଡା-ମୋଡି କରି ଦଳିମକଚି ଦିଅ ତାଠାରୁ ତୁମକୁ ମିଠାରସ ହିଁ ମିଳିବ।
?ସଦା ସୁଖୀ କିଏ ? ଯାହାର ଈଶ୍ବରଙ୍କ କୃପା ଉପରେ ଭରସା ଓ ତାଙ୍କ ନ୍ଯାୟ ଉପରେ ବିଶ୍ବାସ ରହିଥାଏ । ସେପରି ବ୍ଯକ୍ତିକୁ ସଂସାର ର କୌଣସି ବି ପରିସ୍ଥିତି ବିଚଳିତ କରିପାରେନା। ତାର ସର୍ବଥା ଏହି ଭାବ ରୁହେ ଯେ ପରମାତ୍ମା ତ ମୋ ବିନା ମଧ୍ୟ ପରମାତ୍ମା , କିନ୍ତୁ ପରମାତ୍ମା ଙ୍କ ବିନା ମୋର ଅସ୍ତିତ୍ବ ହିଁ ନାହିଁ ।
?କର୍ମ ପାଖରେ ନା ତ କାଗଜ ଅଛି ନା ବହିଖାତା ଅଛି କିନ୍ତୁ ସାରା ବିଶ୍ବ ର ପ୍ରାଣୀ ମାନଙ୍କର ଶୁଭ ଅଶୁଭ ର ଲେଖାଯୋଖା ଟିକିନିଖି ସେ ଲିପିବଦ୍ଧ କରି ଯଥା ସମୟରେ ସେ ତାର ଫଳ ପ୍ରଦାନ କରିଥାଏ । ସମୟ ବିତିଯିବା ସହିତ ମନୁଷ୍ୟ ଖର୍ଚ୍ଚ ହୋଇଯାଏ । ମନୁଷ୍ୟ ଏଡେ ନିର୍ବୋଧ ଯେ ଦୁଃଖ ଗତିହୀନ ହୋଇଯାଏ ଓ ସୁଖରେ ମତିଭ୍ରଷ୍ଟ ହୋଇଯାଏ।
?ଫୁଲ ହୋଇ ସଦା ସୁଗନ୍ଧ ବାଣ୍ଟିବା ହିଁ ଜୀବନ, ଦୁଃଖ ସମୟରେ ସୁଖୀ ହୋଇ ଦୁଃଖ ଭୁଲିବାର ପ୍ରୟାସ ହିଁ ଜୀବନ । ଲୋକ ତୁମ ସହିତ ମିଶି ଖୁସି ହେଲେ କଣହେଲା, ବିନା ମିଶି ଯଦି ବନ୍ଧୁତ୍ତ୍ବ ର ନିର୍ବହନ ହିଁ ଦିବ୍ଯ ଜୀବନ।
?ସମୟ, ବିଶ୍ବାସ ଓ ସମ୍ମାନ; ଏ ତିନୋଟି ଏପରି ପକ୍ଷୀ ଯିଏ ଥରେ ଉଡିଗଲେ ଆଉ ଫେରି ଆସନ୍ତି ନାହିଁ । ଏଣୁ ଏମାନଙ୍କ ସହିତ ସଦା ସାବଧାନୀ ପୁର୍ବକ ବ୍ଯବହାର କର।।ଶୁଭ ସକାଳ ଜୟ ଶ୍ରୀକୃଷ୍ଣ।।

Leave A Reply

Your email address will not be published.