ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଖବର ଆଜିର,ତାରିଖ ୦୮--୦୫-୨୦୨୧/ ଶନିବାର

0 181

୧-ଜୁନ ୩୦ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ । ନବମ ଓ ଦଶମ ପରୀକ୍ଷା ଫଳକୁ ନେଇ ହେବ ମୂଲ୍ୟାୟନ ।
୨-ତଥ୍ୟ ପ୍ରବେଶ ତ୍ରୁଟିକୁ କମ୍ କରିବା ପାଇଁ କୋଉଇନ୍ ସିଷ୍ଟମରେ ଆଜିଠୁ ସାମିଲ ହେବ ୪ଅଙ୍କ ବିଶିଷ୍ଟ ସୁରକ୍ଷା କୋଡ ।
୩-ଇବ ନଦୀରେ ନୂତନ ୪ ଲେନ ସେତୁ ପାଇଁ ସୁପାରିଶ କଲା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ।
୪-ପୁଣି ବଢିଲା କଙ୍ଗନାଙ୍କ ଅଡୁଆ, ଇନଷ୍ଟାଗ୍ରାମ୍ ପୋଷ୍ଟ ପାଇଁ ଏଫଆଇଆର ରୁଜୁ କଲେ ଟିଏମସି ନେତା ।
୫-କରୋନାର ଦ୍ୱିତୀୟ ଲହର ପିକରେ ପହଞ୍ଚିଥିବା କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଓଡ଼ିଶାକୁ ରହିଛି ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ବିପଦ, ଟିକାକରଣ ବଢାଇବା ଉପରେ ଦେଲେ ଗୁରୁତ୍ୱ ।
୬-ଜୀବିତ ଅଛି ଛୋଟା ରାଜନ୍: ଚାଲିଛି ଚିକିତ୍ସା, ମୃତ୍ୟୁ ଖବର ଗୁଜବ-ଏମ୍ସ ।
୭ -ସୁପ୍ରିମକୋର୍ଟରେ ଇସିଆଇ ପ୍ୟାନେଲ ପରାମର୍ଶଦାତାଙ୍କ ଇସ୍ତଫା ।
୮-କ୍ଷମତାକୁ ଆସିବା ପରେ ରାଜ୍ୟରେ ପ୍ରତି ପରିବାରକୁ ୪ ହଜାର ଲେଖାଏଁ ସହାୟତା ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ. ଷ୍ଟାଲିନ ।
୯-ବରଗଡ ବିକାଶ ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ଶଯ୍ୟାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୧୦-ନଭି ମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନର ଭଡ଼ା ଛାଡ଼ କଲେ ରାଜ୍ୟ ସରକାର । ଏପ୍ରିଲ ୨୦୨୦ରୁ ଓଡ଼ିଶା ଭବନକୁ ସଂଗରୋଧ କେନ୍ଦ୍ର ଭାବେ ବ୍ୟବହାର କରିଆସୁଥିଲେ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ।
୧୧-ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍‌. ରଙ୍ଗସ୍ବାମୀ ।
୧୨-କରୋନା ପୀଡ଼ିତଙ୍କୁ ସାହାଯ୍ୟ ପାଇଁ ଅଭିଯାନ ଚଳାଇଲେ ବିରାଟ ଓ ଅନୁଷ୍କା, ଭିଡିଓ ମାଧ୍ୟମରେ ଦେଲେ ବାର୍ତା ।
୧୩-ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟରେ ପହଞ୍ଚିଲା କରୋନା, ୧୭ ପର୍ବତାରୋହୀ ସଂକ୍ରମିତ ।
୧୪-ଇଂଲଣ୍ଡ ଟେଷ୍ଟ ସିରିଜ୍ ପାଇଁ ଟିମ ଇଣ୍ଡିଆ ଘୋଷିତ, ବାଦ ପଡ଼ିଲେ ଭୁବନେଶ୍ୱର କୁମାର ।
୧୫-ସିଙ୍ଗଲ ଡୋଜ୍ ଭ୍ୟାକସିନ୍ ସ୍ପୁଟନିକ୍ ଲାଇଟ୍‌କୁ ଭାରତରେ ମଞ୍ଜୁରୀ,​‌ ଜରୁରୀ ପରିସ୍ଥିତି​‌ରେ ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ
୧୬-ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ନୂତନ ଶିକ୍ଷାବର୍ଷ ଜାରି; ଅଗଷ୍ଟରୁ ନାମଲେଖା, ସେପ୍ଟେମ୍ବରରେ କ୍ଲାସ ।
୧୭-ଟ୍ରେନ୍‌ରେ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି: ୱେଟିଂ ଲିଷ୍ଟ ଯାତ୍ରୀଙ୍କୁ ଷ୍ଟେସନ ମନା ।
୧୮-ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.