ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା

0 186

ଭୁବନେଶ୍ୱର,୨୮/୫(ଏସଏସନିୟୁଜ) ବାତ୍ୟା ପରେ ବର୍ତ୍ତମାନ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ରହିଛି । ବିପଦ ସଂକେତ ୪୯.୧୬ ଥିବା ବେଳେ ବର୍ତ୍ତମାନ ୫୦.୮୮ ମିଟର୍ ଦେଇ ଜଳ ପ୍ରବାହିତ ହେଉଛି। ସେହିପରି ବାଲେଶ୍ୱରରେ ବାତ୍ୟା ପରେ ପରିସ୍ଥିତି ଜଟିଳ ରହିଛି । ବିଭିନ୍ନ ଗାଁରେ ପାଣି ପଶିବା ସହିତ ଅନେକ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ଖସୁଛି। ଜଳସ୍ତର କମିଥିଲେ ମଧ୍ୟ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି। ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଏବେ ୧୮.୯୦ ମିଟର ଦେଇ ଜଳସ୍ତର ପ୍ରବାହିତ ହେଉଛି ଓ କିଛି ପଞ୍ଚାୟତ ପାଣି ଘେରରେ ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.