ବିଶ୍ୱାସଘାତକତା ଭୂମିକାରେ କିଛି ଖୁସି ହୁଅନ୍ତି- ନବୀନ

ଭୁବନେଶ୍ୱର,୧୭।୪(ଏସଏସନିଉଜ)ବିଜୁ ଶ୍ରାଦ୍ଧ ଦିବସରେ ପରୋକ୍ଷରେ ନବୀନ ପଟ୍ଟନାୟକ ଟାର୍ଗେଟ୍ କରିଛନ୍ତି।ରାଜନୀତିରେ କିଛି ଲୋକ ସବୁବେଳେ ବିଶ୍ୱାସଘାତକତା ଭୂମିକାରେ ଖୁସି ହୁଅନ୍ତି।କୌଣସି ମୁଖା ବେଶୀ ଦିନ ପର୍ଯ୍ୟନ୍ତ ସେମାନଙ୍କର ପାପକୁ ଲୁଚାଇ ପାରିବନି।ଲୋକମାନେ ଜାଣନ୍ତି କିଏ କଣ ବୋଲି ନବୀନ କହିଛନ୍ତି।ଓଡ଼ିଶା କ୍ରମାଗତ କେନ୍ଦ୍ର ଦ୍ୱାରା ଅବହେଳାର ଶିକାର ହୋଇ ଆସିଛି।ଡିଲିମିଟେସନ୍ ବିଲ୍‌ ରାଜନୈତିକ ପରିଚୟକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ, ସମସ୍ତଙ୍କୁ ଏକାଠି ଲଢ଼ିବାକୁ ପଡ଼ିବ ବୋଲି କହିଛନ୍ତି।ସଂଯୋଗବଶତଃ ବିଜୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ମହିଳା ସଂରକ୍ଷଣ ବିଲ୍ ଆଲୋଚନା ହେଉଛି।ବିଜେଡି ମହିଳା ସଶକ୍ତୀକରଣରେ ଦୃଢ଼ ବିଶ୍ୱାସ କରେ।ମହିଳା ସଂରକ୍ଷଣ ବିଲ୍ ପ୍ରତି ବିଜେଡି ସମର୍ଥନ ଜଣାଇବ ବୋଲି ନବୀନ କହିଛନ୍ତି।

- Advertisement -

Leave A Reply

Your email address will not be published.