ଭୁବନେଶ୍ୱର,୧୭।୪(ଏସଏସନିଉଜ)ବିଜୁଙ୍କ ଶ୍ରାଦ୍ଧ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିଯେ,ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର।ଓଡ଼ିଶା ମାଟିର ଗୌରବ ଓ ଦେଶର ସମ୍ମାନ ପାଇଁ ବିଜୁବାବୁ ସର୍ବଦା ଲଢ଼ୁଥିଲେ।ଓଡ଼ିଶାର ସ୍ୱାଭିମାନ ଏବଂ ସମ୍ମାନ ପାଇଁ ସେ କେବେ ସାଲିସ କରିନଥିଲେ।ଓଡ଼ିଶାକୁ ସମୃଦ୍ଧ କରିବାକୁ ସ୍ବପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ।ଓଡ଼ିଶା ଅସ୍ମିତା ବିଶ୍ୱ ଦରବାରରେ ପରିଚିତ କରାଇବା ତାଙ୍କ ସ୍ବପ୍ନ ଅଧୁରା ରହିଯାଇଛି।ସେହି ସପ୍ନକୁ ପୂରା କରିବାକୁ ଆମ ସରକାର ସଂକଳ୍ପ ନେଇଛନ୍ତି।ଆଗାମୀ ଦିନରେ ଓଡ଼ିଆ ସ୍ୱାଭିମାନ ବିଶ୍ୱ ଦରବାରରେ ପହଞ୍ଚିବ ବୋଲି ମୁଖ୍ୟ ମନ୍ତ୍ରୀ କହିଛନ୍ତି।
