ସୁବର୍ଣ୍ଣପୁର ଓ ବଲାଙ୍ଗିରରେ ୧୮ରୁ ୨୨ସ୍କୁଲ ଛୁଟି

ଭୁବନେଶ୍ୱର,୧୭।୪(ଏସଏସନିଉଜ)ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତାକାଲିଠୁ ୨୨ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି।ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।ଅଙ୍ଗନବାଡ଼ି, ସ୍କୁଲ, କଲେଜ, ବୈଷୟିକ ଅନୁଷ୍ଠାନ ଛୁଟି ଘୋଷଣା ମଧ୍ୟ କରାଯାଇଛି।ସେହିଭଳି ଭାବେ
ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୧୮ରୁ ୨୧ ପର୍ଯ୍ୟନ୍ତ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।ପରବର୍ତ୍ତୀ ସମୟରେ ପରିସ୍ଥିତି ଦେଖି ଖରାଛୁଟି ନିଷ୍ପତ୍ତି ନେବ ପ୍ରଶାସନ ବୋଲି କୁହାଯାଇଛି।

- Advertisement -

Leave A Reply

Your email address will not be published.